ସମ୍ବଲପୁର ଏବଂ ଗୁଣୁପୁର ମଧ୍ୟରେ ଟ୍ରେନ୍ ସେବା ପୁନଃଆରମ୍ଭ କରିବା ପାଇଁ ପୂର୍ବ ତଟ ରେଳପଥର ମହା ପ୍ରବନ୍ଧକଙ୍କୁ ଚିଠି ଲେଖିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗକୁ ପାର୍ବଣ ଆସୁଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ ମୁଖ୍ୟ ସମସ୍ୟା ପାଲଟିଛି ଟ୍ରେନ ଯୋଗାଯୋଗ । ସୂଚନା ମୁତାବକ ଝାରସୁଗୁଡା ନିକଟରେ ଟ୍ରେନର କିଛି ଟ୍ରାକ ମରାମତି କାମ ଯୋଗୁଁ ରାଉରକେଲାକୁ ଗୁଣୁପୁର ସହିତ ସଂଯୋଗ କରୁଥିବା ରାଜ୍ୟ ରାଣୀ ଏକ୍ସପ୍ରେସ୍ ଟ୍ରେନ ଚଳାଚଳକୁ ସ୍ଥଗିତ ରଖାଯାଇଛି। ଯାହାକି ଆଗାମୀ ପାର୍ବଣ ଋତୁ ରେ ଯାତ୍ରୀମାନଙ୍କୁ ବହୁତ ଅସୁବିଧାରେ ପକାଇବ । କାରଣ ଏହି ଟ୍ରେନ୍ ପାରଳାଖେମୁଣ୍ଡି ଏବଂ ଗୁଣୁପୁର ର ଲାଇଫ୍ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବହୁ ଯାତ୍ରୀ ଯାତାୟାତ ପାଇଁ ଏହି ଟ୍ରେନ ଉପରେ ନିର୍ଭର କରନ୍ତି । କିନ୍ତୁ ଟ୍ରେନ ଟ୍ରାକରେ ଦେଖା ଯାଇଥିବା ସମସ୍ୟାର ସମୀକ୍ଷା ପାଇଁ ଆଗାମୀଦିନରେ ରାଉରକେଲା-ଗୁଣୁପୁରର ପର୍ଯ୍ୟନ୍ତ ସମସ୍ତ ସେବାଗୁଡିକୁ ବାତିଲ କରାଯାଇ ପାରେ ଯାହାକି ବହୁ ଯାତ୍ରୀଙ୍କୁ ଅନେକ ସମସ୍ୟାରେ ପକାଇବ।
ତେଣୁ ଯାତ୍ରୀମାନଙ୍କର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ପାଇଁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ପୂର୍ବ ତଟ ରେଳପଥର ମହା ପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି।
ଏହି ଚିଠିରେ ଉପରସ୍ତ ସମସ୍ୟା ବିଷୟରେ ଅବଗତ କରାଇଛନ୍ତିl ଝାରସୁଗୁଡା ନିକଟରେ ଚାଲିଥିବା ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ତୁରନ୍ତ ସମ୍ବଲପୁର ଏବଂ ଗୁଣୁପୁର ମଧ୍ୟରେ ଟ୍ରେନ୍ ସେବା ପୁନଃଆରମ୍ଭ କରିବା ପାଇଁ ପୂର୍ବ ତଟ ରେଳପଥର ମହା ପ୍ରବନ୍ଧକଙ୍କୁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.