ଯୋଡ଼ାର ବାଳିକା ତୁଳସୀଙ୍କ ପ୍ରେରଣାଦାୟୀ କାହାଣୀ
ଯୋଡ଼ା: ଖଣିରେ ପରିପୂର୍ଣ୍ଣ ଯୋଡ଼ା ଅଂଚଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପ୍ରତ୍ୟେକ୍ଷ ଭାବେ ରୂପାନ୍ତରଣ ଓ ଅନ୍ତର୍ଭୁଭୀକରଣ ଅଭିବୃଦ୍ଧିକୁ ସୁଦୃଢ଼ କରୁଛି । ଯୋଡ଼ା ବ୍ଲକ୍ର ଗୁଆଳି ଗ୍ରାମର ୧୮ ବର୍ଷୀୟ ବାଳିକା ତୁଳସୀ ହାଲଦାରଙ୍କ କାହାଣୀ ସେହି ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।
ଖଣି ଅଂଚଳର ଏକ ଛଅ ଜଣିଆ ପରିବାରର ସଦସ୍ୟ ହେଉଛନ୍ତି ତୁଳସୀ | ସେ ଉଚ୍ଚ ଶିକ୍ଷା ହାସଲ କରିବା ଏବଂ ଏକ ସ୍ଥାୟୀ କ୍ୟାରିୟର ସମ୍ଭାବନା ପାଇଁ ଅଭିଳାଷ ରଖିଥିଲେ । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା ଏବଂ ତାଙ୍କ ଗାଁ ଗୁଆଳିରେ ଦକ୍ଷତା ବିକାଶର ବିଶେଷ କିଛି ସୁଯୋଗ ନଥିଲା । ତେବେ ସେଥିରେ ବିଚଳିତ ହୋଇନଥିଲେ ତୁଳସୀ । ଯୋଡ଼ା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମଲେଖାଇବାକୁ ସେ ନିଜ ବାପାଙ୍କୁ ମନାଇବାରେ ସଫଳ ହୋଇଥିଲେ ।
ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ଏବଂ ଏନ୍ଆଇଆଇଟି ପକ୍ଷରୁ ନିକଟରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଶୁଭାରମ୍ଭ କରାଯାଇଥିଲା । ମୌଳିକ ଇଂରାଜି ଜ୍ଞାନ ଓ ମୌଳିକ ଆଇଟି ପାଠ୍ୟକ୍ରମରେ ନାମଲେଖାଇବାକୁ ଏନ୍ଆଇଆଇଟିର ଟିମ୍ ତୁଳସୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରେଣୀରେ ଯୋଗଦେବା ଲାଗି ତୁଳସୀଙ୍କୁ ବହୁ ଦୂର ଯାତ୍ରା କରିବାକୁ ପଡୁଥିଲା । ମାତ୍ର ସେ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି ନିଜର କମ୍ପ୍ୟୁଟର ଦକ୍ଷତା ବଢ଼ାଇବା ସହ ଏମ୍ଏସ୍ ଅଫିସ, ଇଟଂରନେଟ୍ ବ୍ୟବହାର, ଡାଟା ଏଟ୍ରି, ବିଲ୍ ପେମେଟ୍, ଅନଲାଇନରେ ବରାଦ ଏବଂ ନିଯୁକ୍ତି ସାକ୍ଷାତକାର ପାଇଁ ପ୍ରସ୍ତୁତି ଆଦି ଶିଖିଥିଲେ । ଇଂରାଜି ଯୋଗାଯୋଗ ଦକ୍ଷତାରେ ତାଙ୍କର ଆତ୍ମ ବିଶ୍ଵାସ ବଢ଼ିଥିଲା ।
ଚେଞ୍ଜ ମେକର୍ ଲାଇଫ୍ ସ୍କିଲ କାର୍ଯ୍ୟକ୍ରମ ଜରିଆରେ ତୁଳସୀଙ୍କ ପ୍ରତିବଦ୍ଧତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ସହ ପାରିପାର୍ଶ୍ବକ ଗୋଷ୍ଠୀ ସମୁଦାୟରେ ଆଇଟି ଶିକ୍ଷାର ଗୁରୁତ୍ଵର ପ୍ରସାର ହୋଇଥିଲା ।
ଟିଏସ୍ଏଫର ସହଯୋଗୀ ଏନଜିଓ ଆସ୍ପାୟାର କଂପାନିର ଗ୍ରାମ ପଂଚାୟତ ଗୋଷ୍ଠୀ ସଦସ୍ୟ (ଜିପିସିଏମ୍) ପଦ ବିଷୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । ପାଠପଢ଼ା ଜାରି ରହିଥିବା ସତ୍ତ୍ଵେ ଦକ୍ଷତା ବିକାଶ କେନ୍ଦ୍ରର ମାର୍ଗଦର୍ଶନରେ ତୁଳସୀ ସେହି ପଦ ପାଇଁ ଆବେଦନ କଲେ ଏବଂ ନିଜ ସାକ୍ଷାତକାର ସଫଳତା ଜରିଆରେ ସେହି ନିଯୁକ୍ତି ସୁଯୋଗ ହାସଲ କରିଥିଲେ ।
ନିଜ ନିଯୁକ୍ତି ସମ୍ପର୍କରେ କୃତଜ୍ଞତା ଜଣାଇ ତୁଳସୀ ସହ କହିଥିଲେ ଯେ, “ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍), ଏନ୍ଆଇଆଇଟି ଦକ୍ଷତା ବିକାଶ କେନ୍ଦ୍ର ଓ ଟିମ୍କୁ ମୁଁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ସେମାନେ ମୋ ଜୀବନକୁ ଉନ୍ନତ କରିଛନ୍ତି ଓ ଅଧିକ କିଛି କରିବାକୁ ମୋତେ ଶକ୍ତି ଦେଇଛନ୍ତି |”
ତୁଳସୀଙ୍କ ଭଳି ଅନେକ ପ୍ରତିଭାଙ୍କୁ ସଶକ୍ତ କରି ଯୋଡ଼ା ଅଂଚଳବାସୀଙ୍କ ଅଭିବୃଦ୍ଧି ଓ ସମୃଦ୍ଧି ପ୍ରତି ଅବଦାନ ପ୍ରଦାନ କରିବା ଲକ୍ଷ୍ୟ ପ୍ରତି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି ।