ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଶୁକ୍ରବାର ଦିନ ”ବିଶ୍ଵ ବନ୍ୟ ପ୍ରାଣୀ ସପ୍ତାହ” ପାଳିତ ହୋଇଯାଇଛି।
ଆଜିର ଏହି ଆଲୋଚନାର ବିଷୟ ବସ୍ତୁ ରହିଥିଲା”ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସହଭାଗୀତା” ଶୀର୍ଷକ ବିଷୟକୁ ନେଇ ୬୯ତମ ବନ୍ୟ ପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରାଯାଇଛି। ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଭାରତରେ ୱାଇଲ୍ଡ ଲାଇଫ୍ ସପ୍ତାହ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବନ୍ୟ ଜନ୍ତୁଙ୍କ ବିଷୟରେ ଜାଣିବା ଓ ସଂରକ୍ଷଣ ପାଇଁ ସମସ୍ତଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ ସମସ୍ତ ଅତିଥି ଗଣ ପ୍ରତିକ୍ରିୟା ରଖିଛନ୍ତି।
ଆଜିର ଏହି ଦିବସରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍. ଆନନ୍ଦଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ ,ଏସିଏଫ୍ , ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ପ୍ରତି ଜଣେ ମଣିଷ ଗୋଟିଏ ଗଛ ଲଗାଇବା , ପ୍ରତ୍ୟେକ ବନ୍ୟ ପ୍ରାଣୀ ଜୀବଙ୍କ ସୁରକ୍ଷା ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଅଛି। ଏହା ସହିତ ପରିବେଶ ଦୂଷିତ ନକରିବା ପ୍ଲାଷ୍ଟିକ ଓ ପୋଲିଥିନ ବ୍ୟବହାର ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍. ଆନନ୍ଦ କହିଥିଲେ ଯେ ପୃଥିବୀ ପୃଷ୍ଠରେ ମଣିଷ ସୁଖ ସ୍ଵାଚ୍ଛନ୍ଦ୍ୟ ସହ ବଞ୍ଚିବାକୁ ହେଲେ ପ୍ରକୃତିରେ ଥିବା ସମସ୍ତ ଜୀବଜନ୍ତୁ , କୀଟପତଙ୍ଗ , ପକ୍ଷୀ ଓ ଜଳଚର ଜୀବଙ୍କ ପ୍ରତି ଉପଯୁକ୍ତ ଗୁରୁତ୍ବ ଦେଇ ସେମାନଙ୍କ ଜୀବନ ଧାରାକୁ ସମ୍ମାନ ଜଣାଇବା ଆବଶ୍ୟକ। ପ୍ରତ୍ୟେକ ଜୀବଜନ୍ତୁ ପ୍ରକୃତିର ସାମଗ୍ରିକ କାର୍ଯ୍ୟରେ ସହଯୋଗ କରିଆସୁଥିବା ଯୋଗୁଁ ଆମ ଚାରିପଟେ ଥିବା ବୃକ୍ଷ ଲତା ଓ ଜୀବଜନ୍ତୁଙ୍କ ବିଷୟରେ ସଚେତନ ହେବା ସହିତ ସେମାନଙ୍କ ବାସ ସ୍ଥାନକୁ ନଷ୍ଟ ନକରିବା ପାଇଁ ଅନୁରୋଧ କରିଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ବନ୍ୟ ଜନ୍ତୁ ସଂରକ୍ଷଣ ଦିଗରେ ଅଭୂତପୂର୍ବ କାର୍ଯ୍ୟ କରିଥିବା ଯୋଗୁଁ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ବୁଦୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସଞ୍ଜୟ କୁମାର ମିଶ୍ରଙ୍କୁ ଜଙ୍ଗଲ ବିଭାଗ ଦ୍ଵାରା ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ସେଞ୍ଚୁରିଆନ ୟୁନିଭେର୍ସିଟି , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ , ମହିଳା ମହାବିଦ୍ୟାଳୟ , କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ। ଏହି ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା।
ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ସମସ୍ତ ଅତିଥି ଏବଂ ଉପସ୍ଥିତ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭା କାର୍ଯ୍ୟକୁ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ବନରକ୍ଷୀ ଶ୍ରୀ ସନ୍ତୋଷ କୁମାର ପରିଚ୍ଛା ପରିଚାଳନା କରିଥିବା ବେଳେ ଦେବଗିରି ବନାଞ୍ଚଳର ବନପାଳ ଶ୍ରୀ ପି ଭେଙ୍କଟରମଣ , ଦିବାକର ଲେଙ୍କା, ଗଣେଶ ପ୍ରଧାନ , ବନରକ୍ଷୀ ଶ୍ରୀ ପ୍ରସାଦ ନାୟକ , ନିତିନି ପଣ୍ଡା , ମାଧୁରୀ ବେହେରା , ପୁଷ୍ପଲତା ପଣ୍ଡା ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.