ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ ନିମନ୍ତେ ଓସାଟ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

0

ଶିକ୍ଷା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ

ଭୁବନେଶ୍ୱର: ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସାମାଜିକ ଅଡିଟ୍ୟୁନିଟ୍ (ଓସାଟ୍) ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଓଡ଼ିଶା ରାଜ୍ୟ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରିଛିା ଶିକ୍ଷା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି -୪) ଯଥା:- ଅନ୍ତର୍ଭୁକ୍ତିକରଣ, ସମାନତା, ଗୁଣାତ୍ମକ ଏବଂ ସାମଗ୍ରିକ ବିଦ୍ୟାଳୟ ଶିକ୍ଷା ପ୍ରଦାନ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଏହା ସହାୟକ ହେବା
ସମଗ୍ର ଶିକ୍ଷା ଯୋଜନା ଏପରି ଏକ ସମନ୍ୱିତ ବିଦ୍ୟାଳୟ ଶିକ୍ଷା ଯୋଜନା ଯାହା ଅଧୀନରେ ପ୍ରାକ-ବିଦ୍ୟାଳୟ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛିା ସମଗ୍ର ଦେଶରେ ଶିକ୍ଷାର ଗୁଣାତ୍ମକ ମାନରେ ବ୍ୟାପକ ବିକାଶ ଏବଂ ଉନ୍ନତି ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟା ଏହାର ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ସାମାଜିକ ଅଡିଟ୍ ବ୍ୟବସ୍ଥା ଆରମ୍ଭ ହୋଇଛିା
ଏହି ସାମାଜିକ ଅଡିଟ୍ ସମଗ୍ର ଶିକ୍ଷାର ମନିଟରିଂ ଏବଂ ଟ୍ରାକିଂ ବ୍ୟବସ୍ଥା ପାଇଁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବା ଏହି ଯୋଜନା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ସଂଗ୍ରହ କରାଯିବା ସହ ତୃଣମୂଳ ସ୍ତରରେ ବିଶେଷକରି ବିଦ୍ୟାଳୟଗୁଡିକରୁ ଅଂଶୀଦାରଙ୍କ ଠାରୁ ମତାମତ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯିବା ସମଗ୍ର ଶିକ୍ଷା କାର୍ଯ୍ୟକାରିତା ପ୍ରକ୍ରିୟାରେ ଜନସାଧାରଣଙ୍କ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟା
ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ସାମାଜିକ ଅଡିଟ୍ୟୁନିଟ୍ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟ ପାଇଁ ସାମାଜିକ ଅଡିଟ୍ କରିବ, ଯେଉଁଥିରେ ବାର୍ଷିକ ମୋଟ ସରକାରୀ ବିଦ୍ୟାଳୟ ସଂଖ୍ୟାର ୨୦% ଅନ୍ତର୍ଭୁକ୍ତ ହେବା ଏହି ଆଭିମୁଖ୍ୟ ସମଗ୍ର ରାଜ୍ୟରେ ବିଦ୍ୟାଳୟଗୁଡିକର ଶୃଙ୍ଖଳିତ ଏବଂ ବ୍ୟାପକ କଭରେଜ୍ ସୁନିଶ୍ଚିତ କରିବା
ମାଷ୍ଟର ଟ୍ରେନରମାନଙ୍କ ପାଇଁ ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶା ରାଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଯାହା ସାମାଜିକ ଅଡିଟ୍ ପ୍ରକ୍ରିୟାକୁ ସହଜ କରିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଓସାଟ୍, ଭୁବନେଶ୍ୱର ସହଯୋଗରେ ଅକେଫାବର ୬, ୨୦୨୩ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରର କୃଷିଭବନଠାରେ ଅନୁଷ୍ଠିତ ହୋଇଥିଲାା ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ପ୍ରଫେସର ଡ. ସାରଦା ସିହ୍ନା ଏବଂ ଟିମ୍ ମାଷ୍ଟର ଟ୍ରେନରମାନଙ୍କୁ ଅତ୍ୟାବଶ୍ୟକ ଜ୍ଞାନ ଓ କୌଶଳ ପ୍ରଦାନ କରି ପ୍ରଶିକ୍ଷଣର ନେତୃତ୍ୱ ନେଇଥିଲୋ
ଶିକ୍ଷା ସମ୍ବଳ ଯେପରି ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ଏବଂ ଶିକ୍ଷା ବ୍ୟବସ୍ଥା ଯେପରି ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ ହେବ ତାହାକୁ ଏହି ପରିବର୍ତନମୂଳକ ପଦକ୍ଷେପ ସୁନିଶ୍ଚିତ କରିବା ଏହା ଏସ୍ଡିଜି-୪ର ଲକ୍ଷ୍ୟ ସହ ଯୋଡ଼ି ହୋଇ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦୃଢ଼ କରିବା

Leave A Reply

Your email address will not be published.