ପଦ୍ମପୁର :- ରାଜ୍ୟରେ ବଢୁଥିବା ସାଇବର ଠକାମି ରୁ ଦୂରରେ ରହିବା ଓ ଏଥି ପାଇଁ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବାକୁ ଓଡିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ରଥ ଆଜି ପଦ୍ମପୁର ରେ ପହଞ୍ଚିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ, ପଦ୍ମପୁର ଥାନା ଅଧିକାରୀ ମମତା ନାୟକ, ସମାଜସେବୀ ନିରୋଜ ଦୋରା, ଓକିଲ ସଂଘ ସଭାପତି ସନ୍ତୋଷ ଶତପଥୀ, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ଆଇନଜିବୀ ଅଜିତ ଶତପଥୀ ଯୋଗଦେଇ ସାଇବର ସୁରକ୍ଷା ଉପରେ ନିଜର ବକ୍ତବ୍ୟ ରଖିଥିଲେ l ସାଇବର ସେଲ ଏସ୍.ଆଇ ମଙ୍ଗଲ କିସ୍କୋ କିପରି ଠକାମୀ ର ଶିକାର ନ ହୋଇ କିପରି ସୁରକ୍ଷିତ ରହିବେ ତା ଉପରେ ବିସ୍ମୃତ ଭାବରେ ବୁଝାଇବା ସହିତ ସଚେତନ ରହିବା ପାଇଁ ନିବେଦନ କରିଥିଲେ l
ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସୋହେଲା, ନୂଆପଡ଼ା ଏବଂ ଶଙ୍କର ଡ୍ୟାନ୍ସ ଏକାଡେମୀ ର କୁନି କୁନି କଳାକାର ନୃତ୍ୟ ପରିବେଷଣ କରିଥିଲେ l ତାଡକାସୁର ମହାରାଜ ଅଭିନୟ ମାଧ୍ୟମରେ ସାଇବର ଠକାମୀ କରି ଅର୍ଥଲୁଟ କରୁଥିବା ଠକ କୁ ଧରି ଦଣ୍ଡାଦେଶ ଦେଇ ଲୋକଙ୍କୁ ସଚେତନ କରିଥିଲେ l ପରେ କଳାକାର ମାନଙ୍କୁ ଥାନା ଅଧିକାରୀ ମମତା ନାୟକ, ନିରୋଜ ଦୋରା ଓ ଶଙ୍କର ସାହୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l