ଅଞ୍ଚଳ ମହାବିଦ୍ୟାଳୟ ରେ ପରିଚାଳନା ସମିତି ଓ କର୍ମଚାରୀ ସମିତି ର ବୈଠକ ଅନୁଷ୍ଠିତ l

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ବରେ ପରିଚାଳନା ସମିତି ଓ କର୍ମଚାରୀ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଅତିଥି ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ମହାବିଦ୍ୟାଳୟ ର ଉନ୍ନତି ଉପରେ ବିସ୍ତିର୍ଣ୍ଣ ଭାବରେ ଆଲୋଚନା କରିଥିଲେ l ପରିଚାଳନା କମିଟି ର ସଭାପତି ଶ୍ରୀ ପାଣିଗ୍ରାହୀ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ସହଯୋଗ ରେ ମହାବିଦ୍ୟାଳୟ ର କିପରି ଉନ୍ନତି ହେବ ଓ ଗୁଣ ଯୁକ୍ତ ଶିକ୍ଷାର ବିକାଶ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ l କମିଟି ର ଅନ୍ୟତମ ସଦସ୍ୟ ଆଇନଜୀବି ଦିପ୍ତୀମୟୀ ସତପଥୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଶିକ୍ଷା ର ବିକାଶ ଉପରେ ଆଲୋଚନା କରିଥିଲେ l କମିଟି ର ଅନ୍ୟତମ ସଦସ୍ୟ ଧନେଶ୍ଵର ସାହୁ, ସୋନାଲ ବଂଶଲ, ଲଲିତ ପଣ୍ଡା, ପୂର୍ଣିମା ଦୋରା, ରାଧାକାନ୍ତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ l ଅଧ୍ୟାପକ ଡଃ ବିରଞ୍ଚି ସାହୁ ମହାବିଦ୍ୟାଳୟ ର ଅଗ୍ରଗତି ରେ ପରିଚାଳନା ସମିତି ର ଭୂମିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅଧ୍ୟାପକ ସରୋଜ କୁମାର ନାଏକ, ପ୍ରଦୀପ କୁମାର ପଣ୍ଡା ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ l ଉପରୋକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ପ୍ରାଧ୍ୟାପକ ଲଲିତ ମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.