ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :- ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ଼.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ୫ଟି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ ମହାବିଦ୍ୟାଳୟରେ ଚାଲିଥିବା ୫ଟି କାର୍ଯ୍ୟ ଉପରେ ବିସ୍ତୃତ ଭାବରେ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଆଠଟି ଲେବେରେଟରୀ, ଛଅଟି ସ୍ମାର୍ଟ କ୍ଲାସ୍ ଇ ଲାଇବ୍ରେରୀ, ପାନୀୟ ଜଳ ବ୍ୟବସ୍ଥାର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ବ୍ଲକ୍ର ସହକାରୀ ଯନ୍ତ୍ରୀ ଧର୍ମରାଜ ବିଶ୍ବାଲ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଂସଖ୍ୟ ଛାତ୍ର ଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ ବିଭାଗର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ୫ଟି କୋଅର୍ଡିନେଟର ଡ଼. ବିରଞ୍ଚି ସାହୁ, ପ୍ରମୋଦ କୁମାର ତ୍ରିପାଠୀ, ଲଳିତ ପଣ୍ଡା, ସରୋଜ ନାଏକ, ଦେବାଶିଷ ସାହୁ, ଅଧ୍ୟାପିକା ବୁନି ସାହୁ, ମୋନାଲିସା ପଧାନ, ରୀନା ଧର୍ମବିନାୟକ, ସସ୍ମିତା ମେହେର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଶେଷରେ ୫ଟି କୋଅର୍ଡିନେଟର ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.