ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟକ୍ଷ ଡ଼ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଗତ ତା.୫.୧୦.୨୦୨୩ ରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଛାତ୍ରଛତ୍ରୀମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କୁ ଦକ୍ଷତା ବିକାଶ ଓ ଜୀବନ ଜିଇଁବାର କୌଶଳ ଉପରେ ଆଲୋକପାତ କରିଥିଲେ l ବିଭାଗୀୟ ମୁଖ୍ୟ ଡ଼ ସନ୍ଧ୍ୟାରାଣୀ କୁଅଁର ଏବଂ ଅଧ୍ୟାପିକା ମୋନାଲିସା ସ୍ୱାଇଁ, ଅଧ୍ୟାପକ ଶ୍ରୀ ଦିଲୀପ କୁମାର ବହିଦାର,ଅଧ୍ୟାପକ ଶ୍ରୀ ଦୟାନିଧି ବଗର୍ତ୍ତୀ ଓ ସୁରଥ ଗଡ଼ତିଆ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ତୃତୀୟ ଓ ଦ୍ବିତୀୟ ବର୍ଷର ଛତ୍ରଛାତ୍ରୀମାନେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଅଭିଳାଷ ସାହୁ,ଆଶିଷ ସାହୁ, ନିଶାନ୍ତ ଗୁରୁ,ଆଲୋକ, ଗୁଲ୍ ନାଜ୍, ପ୍ରିୟଙ୍କା ଓ ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post