ଲାଡ଼ଠାରେ ନିଆରା ପୁଅ ଜିଉଁନ୍ତିଆ ପାଳିତ

0

କୁଚିଣ୍ଡା : ସେହ୍ନ ଓ ମମତାର ପୁଅ ଜିଉଁନ୍ତିଆ (ପୋ ଜିଉଁନ୍ତିଆ) ଆଜି ସନ୍ଧ୍ୟାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଳିତ ହୋଇଯାଇଛି l ଏହି କ୍ରମରେ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡପ ଓ ଛକରେ ପୋ ଜିଉଁନ୍ତିଆ ପୂଜାର୍ଚ୍ଚନା ହୋଇଛି l ମାଆମାନେ ନିଷ୍ଠାର ସହ ଦେବୀ ଦୂତିବାହନଙ୍କୁ ପୂଜାର୍ଚ୍ଚନା କରିଛନ୍ତି l ମାଆମାନେ ନଦୀ, ପୋଖରୀରୁ ଗାଧୋଇ ଆସି ରାତିରେ ଗାଁ ମଝିରେ ସୁସଜ୍ଜିତ ପୂଜା ମଣ୍ଡପରେ ସମବେତ ହୋଇଥିଲେ l ଗ୍ରାମର ବୟସ୍କା ବ୍ରାହ୍ମଣ ମହିଳା ଦୂତିବାହନ ଦେବୀଙ୍କୁ ପୂଜା କରିବା ପରେ ପଣ୍ଡିତ ପୋ ଜିଉଁନ୍ତିଆ କାହାଣୀ ଗାନ କରିଥିଲେ l ଏହା ପରେ ବ୍ରତଧାରୀ ଘରକୁ ଫେରିଥିଲେ l

Leave A Reply

Your email address will not be published.