ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଦିବା ୧୨ ଘଟିକା ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀଙ୍କ ଅଧ୍ୟକ୍ଷତାରେ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁସର ତୃତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରଂବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ମିଶନ ଇନ୍ଦ୍ରଧନୁସର ଦ୍ଵିତୀୟ ପର୍ଯ୍ୟାୟ ଟୀକାଦାନ ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ବ ହବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମର ଉର୍ଦ୍ଧେଶ୍ୟ ଟୀକା 0.5 ବର୍ଷର ନ ନେଇ ଜିଲ୍ଲାରେ କୌଣସି ପିଲା କିମ୍ଭା ଗର୍ଭବତୀ ମା ରହିବେନି l ଏହି କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷର ପିଲା ଯେଉଁମାନେ କୌଣସି ଟୀକା ନେଇନଥିବେ କିମ୍ବା ଅଧାରୁ ଛାଡିଯାଇଥିବେ ଓ ଗର୍ଭବତୀ ମା କୌଣସି ଟୀକା ଛାଡିଯାଇଥିବେ ସେମାନେ ଅନ୍ତର୍ଭୁକ୍ତ ହେବେ l ବିଶେଷ ଭାବରେ ଯେଉଁ ପିଲା ୯ ମାସରୁ ୧୨ମାସ ଓ ୧୬ମାସରୁ ୨୪ମାସ ମଧ୍ୟରେ ମିଳିମିଳା ଓ ରୁବେଳା ଟୀକା ପ୍ରଥମ ଓ ଦ୍ଵିତୀୟ ମାତ୍ରା ନେଇନଥିବେ ସେମାନଙ୍କୁ ଗୁରୁତ୍ୱ ଦିଆଯିବ l ଯାହାଦ୍ୱାରା ମିଳିମିଳା ଓ ରୁବେଳାର ନିରାକରଣ ହୋଇପାରିବ l ଅକ୍ଟୋବର ମାସରେ ୯ ରୁ ୧୪ ତାରିଖ ଏବଂ ନଭେମ୍ବର ମାସର ୬ ରୁ ୧୧ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ୫ ଟି ବ୍ଲକ ଓ ୨ଟି ସହରାଞ୍ଚଳରେ ଅନୁଷ୍ଠିତ ହବ l ପ୍ରକାଶଥାଉକି ପ୍ରଥମ ପର୍ଯ୍ୟାୟରେ ଯେଉଁ ସବୁ ଗ୍ରାମରେ ଟୀକାଦାନ କେନ୍ଦ୍ର ଖୋଲାଯାଇଥିଲା ସେଇ ସ୍ଥାନମାନଙ୍କରେ ଟୀକାକରଣ କାର୍ଯ୍ୟକ୍ରମ କରାଯିବ l ଏଥିପାଇଁ ଜିଲ୍ଲାର ଶିକ୍ଷା ବିଭାଗ ମହିଳା ଓ ଶିଶୁ ବିଭାଗ ଓ ମ୍ୟୁନିସିପାଲିଟି ତଥା ଜିଲ୍ଲା ମଙ୍ଗଳ ଉନ୍ନୟନ ବିଭାଗ ଜାତି ଓ ଜନଜାତି ବିଭାଗ, ମଣ୍ଡଳ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖଙ୍କ ସହଯୋଗ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କାମନା କରିଥିଲେ l ଏହି ଟୀକାକରଣ କାର୍ଯ୍ୟକ୍ରମକୁ ୟୁନିଅନ ପୋଟାଲ ମାଧ୍ୟମରେ ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ରିପୋର୍ଟିଂ କରିବେ l ଏଥିପାଇଁ ସମସ୍ତଙ୍କୁ ୟୁନିଅନ ପୋଟାଲର ତାଲିମ ପ୍ରଦାନ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପରିଚାଳନା ଅଧିକାରୀ, ଜିଲ୍ଲା ପରିଷଦ ଡାକ୍ତର ରୁଦ୍ରନାରାୟଣ ଦାଶ, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ନିମାଇଁ ଚରଣ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା ମଙ୍ଗଳ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ ପାଲ, ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ ଷଢଙ୍ଗୀ, ଜିଲ୍ଲା ଶ୍ରମ ଅଧିକାରୀ ଇନଚାର୍ଜ ବାବା ଆନନ୍ଦ ରଂଜନ ଦାସ, ଡି.ପି.ଏମ ଇନଚାର୍ଜ ନୀଳମାଧମ ରଥ, ପ୍ରୋଗ୍ରାମ ଅଫିସର ଅଂଶୁପା ସାହୁ, ଏ.ଡି.ପି.ଏଚ.ସି ଓ ସଚଳା ମହାନ୍ତି ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଡି.ଭି.ଏ.ଇ ଏମ ପ୍ରାର୍ଥ ସାରଥୀ କରଶର୍ମା, ଆଇ.ସି.ଏ ରାଜେଶ କୁମାର ପତି ଓ ସିସିଟି ମନୋରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post