ଭଞ୍ଜନଗରରେ ଯୁବ ବ୍ୟାଙ୍କ୍ କର୍ମଚାରୀ ଙ୍କ ଅକାଳ ବିୟୋଗ

0

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: କଥାରେ ଅଛି,ମୃତ୍ୟୁ କି ଜାଣେ କଞ୍ଚା ପାଚିଲା। କେତେବେଳେ ଯେ କାହାର ମୃତ୍ୟୁ ର ଡାକରା ଆସିଯିବ କେହି କହିପାରିବେ ନାହିଁ। ଶୈଶବରୁ ଆରମ୍ଭ କରି ଯୁବକ ଓ ବୃଦ୍ଧ, ମୃତ୍ୟୁ ପାଇଁ ସମସ୍ତେ ସମାନ। କେବଳ ସମାଜ ଓ ଏଥିରେ ବସବାସ କରୁଥିବା ସବୁ ଜନସାଧାରଣ ଆଶ୍ଚର୍ଯ୍ୟ ଓ ହତଚକିତ। ସେଥିପାଇଁ ଆଜି ଯୁବକ ଶ୍ରୀଧରଙ୍କ ହୃଦ୍ ଘାତରେ ଅକାଳ ବିୟୋଗ ସମାଜ ର ଜନସାଧାରଣ ବନ୍ଧୁ ବାନ୍ଧବ, ସାଂଗ ସାଥୀ ଓ କାର୍ଯ୍ୟ ସଂସ୍ଥାନର କର୍ମଚାରୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।
ଶ୍ରୀଧର ସାହୁ ,ଯେକି ଜଣେ ମିଷ୍ଟଭାଷୀ, ଶାନ୍ତ, ସରଳ ଓ ନମ୍ର ସ୍ବଭାବ ର ଯୁବ ବ୍ୟାଙ୍କ୍ କର୍ମଚାରୀ। ସେ ଆକ୍ସିସ୍ ବ୍ୟାଙ୍କ୍ ଭଞ୍ଜନଗର ଶାଖା ରେ ବିଗତ ପ୍ରାୟ ତିନିବର୍ଷ ହେବ ” ଗୋଲ୍ଡ ଲୋନ୍ ରିଲେସନ୍ ସିପ୍ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ଶ୍ରୀଧର ଙ୍କ ଘର ଗଞ୍ଜାମ ଜିଲ୍ଲା ବାଲିପଦରର ଵଡଖଲି ପଞ୍ଚାୟତ ଅନ୍ତର୍ଗତ ସାମନ୍ତରା ପଲ୍ଲୀ ଗ୍ରାମରେ। ସେ ପ୍ରତ୍ୟେକ ଦୀନ ଭଞ୍ଜନଗର ବ୍ୟାଙ୍କ୍ ରୁ ଘରକୁ ନିଜ ସ୍କୁଟିରେ ଯିବା ଆସିବା କରନ୍ତି। ସେ ନିଜ ଵାପ ମା ଙ୍କ ଏକମାତ୍ର ରୋଜଗାରିଆ ଓ ଶେଷ ବେଳର ଆଶାର ବାଡ଼ି ଥିଲେ। ଶ୍ରୀଧର ଙ୍କ ପରିବାର କହିଲେ, ତିନି ଭଉଣୀ ଭାଇ ଓ ବାପା ମା। ତିନି ଭଉଣୀ ବିବାହିତା, ବଡ଼ ଭାଇ ବିଗତ କୋଭିଡ୍ ରେ ଅକାଳ ମୃତ୍ୟୁ ବରଣ କରିଥିଲେ।

ପ୍ରାପ୍ତ ସୁଚନା ମୁତାବକ, ଯୁବକ ବ୍ୟାଙ୍କ୍ କର୍ମଚାରୀ ଶ୍ରୀଧର ସାହୁ, ପ୍ରତ୍ୟେକ କାର୍ଯ୍ୟ ଦିନ ପରି ଅକ୍ଟୋବର ୪ ତାରିଖ ବୁଧବାର ଦିନ ମଧ୍ୟ ନିଜର ବ୍ୟାଙ୍କ୍ କାର୍ଯ୍ୟ ସାରି ଘରକୁ ଫେରିଥିଲେ ଓ ରାତ୍ର ଭୋଜନ ପରେ ହସଖୁସିରେ ଶୟନ କରିଥିଲେ। ଅକ୍ଟୋବର ୫ ତାରିଖ ଗୁରୁବାର ଦିନ ସକାଳୁ ଉଠି ନିଜର ନିତ୍ୟକର୍ମ ଗାଧୁଆ ପାଧୁଆ ସାରି ଶ୍ରୀଧର ବ୍ୟାଙ୍କ୍ ଆସିବା ପାଇଁ ତତ୍ପର ହେଉଥିଲେ। ସେତେବେଳକୁ ସମୟ ସକାଳ ୮ ଟା ପ୍ରାୟ , ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଘରଲୋକ ସ୍ଥାନୀୟ ଆସ୍କା ମେଡିକାଲ୍ ନେଇଥିଲେ, ଡାକ୍ତର ସେଠାରେ ତାଙ୍କୁୁ ଚିକିତ୍ସା କରି ହୃଦ୍ ଘାତରେ ମୃତ ବୋଲି ଘୋଷଣା କରିଥିଲେ। ଏହି ଖବର ରେ ଶ୍ରୀଧରଙ୍କ ଗ୍ରାମବାସୀ ଓ ଭଞ୍ଜନଗର ବ୍ୟାଙ୍କ୍ କର୍ମଚାରୀ ଙ୍କ ମନରେ ଶୋକର ଛାୟା ଖେଳାଇ ଦେଇଥିଲା।

Leave A Reply

Your email address will not be published.