ବାଲେଶ୍ବର,ସିମୁଳିଆ (ଅକ୍ଷୟ କୁମାର ଜେନା): ମଇତାପୁର ପଂଚାୟତ ହାଟ ମଇତାପୁର ରେ ନବ ନିର୍ମାଣ ଏ ଏନ୍ ଏମ ସେଣ୍ଟର୍ ର କାର୍ଯ୍ୟ ଏବେ ଚାଲୁ ରହିଛି । ନବ ନିର୍ମାଣ ଏହି କୋଠା ଘର ଠିକାଦାର ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ଅପାରଗତା କୁ ପଦା ରେ ପକାଉଛି। ନୂତନ କରି ହେଉଥିବା ଏ ଏନ୍ ଏମ ସେଣ୍ଟର ଟିରେ କୋଉଠି ରଡ ବଙ୍କା ତ କେଉଁଠି ପିଲର କୁ ଗ୍ରେଡ ବିମ୍ ଫାଙ୍କୁଚି, କେଉଁଠି ସିମେଣ୍ଟ, ବାଲି ,ଚିପ୍ସ ର ଭାଗ ମାପ ଠିକ ରହୁନି। ଏହାକୁ ନେଇ ଗ୍ରାମବାସୀ ଉଚ୍ଚ କତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏପରି କାମ ର ଭବିଷ୍ୟ କଣ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରି ଥିଲେ। ତରବରିଆ ଭାବେ ଠିକାଦାର କାମ କରି ଚାଲୁଥିବା ବେଳେ ଗ୍ରାମ ବାସି ଏହାକୁ ବିରୋଧ କରିବା ସହ ବନ୍ଦ ମଧ୍ୟ କରିଥିଲେ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଏ ସରକାର୍ ଙ୍କ ବିକାଶ ମୂଳକ କାର୍ଯ୍ୟ କେତେ ବାଟ ମାରଣା ହେଉଛି। ଏବଂ ଅଳ୍ପ ଦିନ ରେ ଅନେକ କାହିଁକି ଭୁଶୁଡ଼ି ପଡୁଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏ ଏନ୍ ଏମ ସେଣ୍ଟର ର କାର୍ଯ୍ୟ ବନ୍ଦ କରିଥିବା ସୂଚନା ରୁ ପ୍ରକାଶ ସହ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଦେଖିବା ବାକି ରହିଲା।
Sign in
Sign in
Recover your password.
A password will be e-mailed to you.