ଗାନ୍ଧୀ ପିସ୍‍ ସେଣ୍ଟରରେ ‘ବାପୁଙ୍କ ସ୍ମୃତିଚାରଣ’ ଆୟୋଜିତ

0

ଭୁବନେଶ୍ୱର: ବାପୁଙ୍କ ସ୍ମୃତିଚାରଣ- ଶୀର୍ଷକ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ପିସ୍‍ ସେଣ୍ଟରଠାରେ ଗାନ୍ଧୀ ଜୟନ୍ତୀ ପରଦିନ ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ରାଜ୍ୟପାଳ ସମ୍ମାନନୀୟ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ଏଥିସହିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ, ବିଏମ୍‍ସି ମେୟର ସୁଲୋଚନା ଦାସ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ପ୍ରେସିଡେଣ୍ଟ ଅର୍ଦ୍ଧେନ୍ଦୁ ମହାପାତ୍ର ଏବଂ ଗାନ୍ଧୀ ପିସ୍‍ ସେଣ୍ଟର୍‍ର ହେଡ୍‍ ଅପରେସନ ବିବେକ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ ବିପୁଳ ଅବଦାନ ଥିବା ଓଡ଼ିଶାର କେତେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ଅଞ୍ଚଳର ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଜେତାଙ୍କୁ ମଧ୍ୟ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.