ଭୁବନେଶ୍ୱର, ଅକ୍ଟୋବର ୩: ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ ସ୍ୱଚ୍ଛ ଭାରତ ଅଭିଯାନ, ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରରେ ସୋଆର ଛାତ୍ରଛାତ୍ରୀମାନେ ଖଣ୍ଡଗିରି ପାହାଡରେ ସଫେଇ କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟକମାନଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ ।
ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଆଉଟରିଚ୍ ମ୍ୟାନେଜର ସୁଜାତା ପାଢୀ, ପ୍ରୋଗ୍ରାମ୍ ଅଫିସର କମଳ ଲୋଚନ ମହନ୍ତ, ରାକେଶ ରୋଶନ ଶତପଥୀ, ସୌର୍ଯ୍ୟ ରଂଜନ ଦାସ, କନକଲତା ଓଝା, ସହକାରୀ ମ୍ୟାନେଜର ଶିବ୍ ପଟ୍ଟନାୟକ, ପ୍ରତୀକ ଦାସ ଏବଂ ରାଜଶେଖର ବେହେରା ତଥା ବିଶ୍ୱବିଦ୍ୟାଳୟର ୧୩୦ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.