କେନ୍ଦ୍ରାପଡା/ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଜମଧର ପଂଚାୟତ ଦୁହୁରିଆ ଗ୍ରାମର ଚୈତନ୍ୟ ସିଂଙ୍କ ପୁତ୍ର ମନୋରଞ୍ଜନ ସିଂ ଓ ରାଜନ ମଳିକଙ୍କ ପୁତ୍ର ଭଜହରୀ ସିଂ,ବାରୋ ଗ୍ରାମର ଗୋଖେଇ ପରିଡାଙ୍କ ପୁତ୍ର ଅଜୟ ପରିଡାଙ୍କ ସଡ଼କ ଦୁର୍ଘଟଣା ଓ ଉଚ୍ଛରପଡାର ପ୍ରତାପ ବିଶ୍ୱାଳଙ୍କ ଅକାଳ ମୃତ୍ୟୁ ଖବର ପାଇ ବିଜେପିର ଏକ ପ୍ରତିନିଧି ଦଳ ସେମାନଙ୍କ ବାସଭବନରେ ପହଂଚି ସମବେଦନା ଜଣାଇବା ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ପ୍ରେରିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ସଦର ମଣ୍ଡଳ ସଭାପତି ମଦନ ମୋହନ ବେହେରା,ପଥରକଣୀ ମଣ୍ଡଳ ସଭାପତି ଦୟାନିଧି ବଳ,ଇନ୍ଦୁପୁର ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝା, ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ରଶ୍ମିରଂଜନ ରାଉତ, ମଣ୍ଡଳ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ଓ ଗଣେଶ୍ୱର ସେଠୀ, ବାରୋ ପଂଚାୟତ ପ୍ରମୁଖ ରମେଶ ଚନ୍ଦ୍ର ପ୍ରଧାନ, ପଥରକଣୀ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ରମେଶ ଚନ୍ଦ୍ର ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.