ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଜୟନ୍ତୀ ପାଳିତ।

0

ଅଶୋକ ସାହୁ/ନବରଙ୍ଗପୁର: ଅହିଂସା ର ପୂଜାରୀ ଭାରତର ସ୍ଵାଧୀନତା ସଂଗ୍ରାମ ର କର୍ଣ୍ଣଧାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଶାନ୍ତିର କପୋତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ସହରରେ ରାମଧୁନ,ପ୍ରଭାତ ଫେରି ଓ ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ମାଲ୍ୟାର୍ପଣ ସମାରୋହରେ ସହର ସ୍ଥିତ ଗାନ୍ଧିଜୀ ଓ ଶାସ୍ତ୍ରୀ ଜୀ ଙ୍କ ପ୍ରତିମୂର୍ତ୍ତି ରେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ମାନ୍ୟବର ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ମନୋହର ରନ୍ଧାରୀ, ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ସ୍ତରୀୟ ଅଧିକାରୀ, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗାନ୍ଧୀ ଜୀ ଓ ଶାସ୍ତ୍ରୀ ଜୀ ଙ୍କ ଆଦର୍ଶ ଜୀବନୀ ଉପରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ପୌରପାଳିକା ଅଧ୍ୟକ୍ଷତ କୁନୁ ନାୟକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ,ବକ୍ତା ଭାବେ ଡକ୍ଟର ରାଧାନାଥ ବେହେରା, ଡକ୍ଟର ବୀଜୟ କୁମାର ମିଶ୍ର ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଆଦର୍ଶ ଜୀବନ ଉପରେ ଆଲୋକପାତ କରି ଆଜିର ଛାତ୍ରଛାତ୍ରୀ ଯୁବପିଢ଼ି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦୃଢ଼ ସଂକଳ୍ପ ନେଇ ସଠିକ ମାର୍ଗରେ ପରିଚାଳିତ ହୋଇ ଗଠନ ମୂଳକ ଚିନ୍ତା ରଖି ସେବା ମନୋଭାବ ନେଇ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂସ୍କୃତି ପରିଷଦର ସଙ୍ଗୀତ ବିଦ୍ୟାଳୟ ର କଳାକାର ମାନଙ୍କ ଦ୍ଵାରା ଗାନ୍ଧୀଜୀ ଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସମସ୍ତ ଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର,ନିରଞ୍ଜନ ମିଶ୍ର, ଜେମାମଣି ବିଶୋଇ, ହେମ ଲତା ମାଝୀ, ପ୍ରଭାସିନି ମହାନ୍ତି, ଶକୁନ୍ତଳା ମହାନ୍ତି, ଉଷା ରାଣୀ, ଶିରାଯ ଉଦ୍ଦିନ ଅହମଦ, ଫକିର ରାଉତ, ଯୁଗଳ ତ୍ରିପାଠୀ, ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଓ ଏକ୍ସବୋର୍ଡ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ର କର୍ମଚାରୀ ଦିଲୀପ କୁମାର ମଲ୍ଲିକ,ନୀଳକଣ୍ଠ ନାୟକ, ବିଗ୍ନରାଜ ମାଝୀ, ପୂର୍ଣ୍ଣ ଚନ୍ଦ୍ର ବାଘ ପ୍ରମୂଖ ସହଯୋଗ କରିଥିଲେ।

Leave A Reply

Your email address will not be published.