ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କନ୍ଦାଗାଡରେ ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ

0

ଗାଇସିଲାଟ/ମନ ଡନସନା – ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି। ଏଥିରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଅଣ ଶିକ୍ଷକ ଓ ଛାତ୍ର ଛାତ୍ରୀ ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଫଟୋ ରେ ଦୀପ ପୁଷ୍ପ ଅର୍ପଣ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଭୋଇ ଗାନ୍ଧୀ ଜୀ ଓ ଶାସ୍ତ୍ରୀ ଅଭିଭାଷଣ ଦେବା ସହ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧ ବୋଧନ ଦେଇ ଥିଲି l ଛାତ୍ର ଛାତ୍ରୀ ମାନେ ମଧ୍ୟ ଭାଷଣ ଦେଇଥିଲେ l ଇଶ୍ୱର ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ଛାତ୍ର ଛାତ୍ରୀ ଗ୍ରାମ ପରିଭ୍ରମଣର କରି ଲୋକ ଙ୍କୁ ପରିବେଶ ପରିଷ୍କାର ପ୍ରତି ସଚେତନ କରିଥିଲେ l ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ପରିବେଶ ସଫା କରିଥିଲେ l ପଲିଥିନ ମୁକ୍ତ ଆଦି ସ୍ଵ୍ଲୋଗାନ ଦେଇ ଥିଲେ l
ଉକ୍ତ କାର୍ୟ୍ଯକ୍ରମରେ ସରୋଜ ତ୍ରିବେଦୀ, ସୌଦାକର ବାରିକ, ପ୍ରଦିପ ଗଦତିଆ ଶ୍ୟାମସୁନ୍ଦର ବେହେରା, ବୀରେନ୍ଦ୍ର କୁମାର ବରିହା, ବାବୁଲାଲ ପଧାନ ସହଯୋଗ କରିଥିଲେ।

Leave A Reply

Your email address will not be published.