ଗାନ୍ଧୀ ଜୟନ୍ତୀ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କାରାଯାଇଛି। ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବନାଞ୍ଚଳ ଅଧିନସ୍ତ ସମସ୍ତ ବନପାଳ, ବନରଖି ସମୂହଙ୍କ ସହିତ ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ପ୍ରଥମେ ଗାନ୍ଧୀଙ୍କ ଫୋଟୋଚିତ୍ରରେ ପୁଷ୍ପଗୁଛ ଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବନାଞ୍ଚଳ କାର୍ଯ୍ୟାଳୟ ପରିସରରୁ ଆରମ୍ଭ କରିଥିଲେ । କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ, ବ୍ରାହ୍ମଣୀଗାଁ ବନପାଳ ଇନଚାର୍ଜ ଦୀପକ ରଞ୍ଜନ ପଟ୍ଟନାୟକ, ଗଦାପୁର ଇନଚାର୍ଜ ସଞ୍ଜୀବ ବେହେରାଙ୍କ ନେତୃତ୍ୱରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା । ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ମିଳିତ ଭାବେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ କରି ବନପାଳମାନେ ନିଜ ନିଜ ବନପାଳ କାର୍ଯ୍ୟାଳୟରେ ସ୍ବେଛାସେବୀମାନଙ୍କୁ ନେଇଁ ସ୍ଵଛ ଭାରତ କାର୍ଯ୍ୟକ୍ରମ କରିଥିଲେ ।

Leave A Reply

Your email address will not be published.