ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ।

0

କେନ୍ଦ୍ରାପଡା /ପ୍ରଫୁଲ୍ଲ କୁମାର ମଲ୍ଲ :ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ଆଜି କରିଲୋ ପାଟଣା ଠାରୁ ଆରମ୍ଭ କରି ଆୟତପୁର ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇ ଯାଇଛି । ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲଙ୍କ ନେତୃତ୍ୱରେ ଡେରାବିଶ, ଗରଦପୁର ଓ ମାର୍ଶାଘାଇ ସାତଗୋଟି ପଞ୍ଚାୟତର ଅନେକ ବିଜୁ ଜନତା ଦଳର ମହିଳା ଓ ପୁରୁଷ କର୍ମୀମାନେ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶର ବାର୍ତା ଲୋକ ଲୋଚନରେ ପହଞ୍ଚାଇବାର ସଂଳାପ ନେଇ ପାଟକୁରାର ବରିଷ୍ଟ ନେତା ଓ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅକ୍ଟୋବର ଦୁଇ ତାରିଖରୁ ଏଗାର ତାରିଖ ଯାଏଁ ସାରା ଓଡିଶାରେ ଏହି ଜନସମ୍ପର୍କ ପଦଯାତ୍ରା ଆୟୋଜିତ କରାଯିବ । ପାଟକୁରାରେ ଆଜି ଏହି ଜନସମ୍ପର୍କ ପଦଯାତ୍ରା ସଫଳ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପାଟକୁରାର ଛାମୁଆ ବରିଷ୍ଟ ନେତା ପ୍ରମୋଦ ରଥ, ସତ୍ୟାନନ୍ଦ ରାଉତ, ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରେ ଆୟତପୁର କଲେଜ ଅତୀତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ପାଟକୁରା ବିଧାୟିକା ପ୍ରତିନିଧି ସଂଜୟ ଅଗ୍ରୱାଲ ।

Leave A Reply

Your email address will not be published.