ଘୁମୁସର ର ବିଭିନ୍ନ ଅଞ୍ଚଳରେ ଶ୍ରୀରାମ ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

0

ଭଞ୍ଜନଗର/ଉଦୟନାଥ ପଣ୍ଡା; ସାରା ଭାରତବର୍ଷରେ ଯୁବଶକ୍ତିକୁ ଜାଗ୍ରତ କରିବା ସଂଗେ ସଂଗେ ହିନ୍ଦୁ ସଂସ୍କୃତି ଓ ସନାତନ ହିନ୍ଦୁ ଧର୍ମର ରକ୍ଷା କରିବା ପାଇଁ ଏକ ଶୈ।ର୍ଯ୍ୟ ଜାଗରଣ ରଥ ସାରା ଭାରତବର୍ଷ ପରିକ୍ରମା କରୁଛି। ଉକ୍ତ ଶ୍ରୀରାମ ରଥ ସୁଦୂର କନ୍ଧମାଳ ଜିଲ୍ଲା ସ୍ବାମୀ ଲକ୍ଷ୍ମଣାନନ୍ଦ ଙ୍କ ଜଲେଶପଟ୍ଟା ଆଶ୍ରମରୁ ଶୁଭାରମ୍ଭ ହୋଇ, ସୋମବାର ଘୁମୁସରଜିଲ୍ଲା ଭଞ୍ଜନଗର ରେ ପଦାର୍ପଣ କରିଥିଲା।

ରାଜ୍ୟ ବଜରଙ୍ଗ ଦଳର ସଂଯୋଜନା ଓ ବିଶ୍ବହିନ୍ଦୁ ପରିଷଦର ସହଯୋଗରେ ବାହାରିଥିବା ସ୍ଵାମୀ ଲକ୍ଷ୍ମଣାନନ୍ଦ ଶୈ।ର୍ଯ୍ୟ ଜାଗରଣ ରଥ ବା ଶ୍ରୀରାମ ରଥକୁ କନ୍ଧମାଳ ଓ ଘୁମୁସର ଅନ୍ତର୍ଗତ ଦୁର୍ଗାପ୍ରସାଦ ଠାରେ ଅକ୍ଟୋବର ୨ ତାରିଖ ସକାଳ ୭:୩୦ ମିନିଟ୍ ସମୟରେ ବହୁ ମହିଳା ଓ ସ୍ଥାନୀୟ ଅଧିବାସୀ ଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ତତ୍ ପରେ ଦଦରାଲୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ବହୁ ଯୁବକ ରଥକୁ ସ୍ବାଗତ ଜଣାଇଥିଲେ। ଏହିପରି ନିଧିଆପଲ୍ଲି, ଗାଲେରୀ, ଶୋରିଷମୂଳୀ, ପହଣ୍ଡା ଛକ ଦେଇ କୁଲାଡ ହାଇସ୍କୁଲ ଠାରୁ ସଂକୀର୍ତ୍ତନ ମଣ୍ଡଳୀ ସହିତ ବହୁ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଓ ଅଞ୍ଚଳ ବାସୀ ରଥକୁ ସ୍ବାଗତକରି ଏକ ପଟୁଆରରେ ଉପର ବାଗ୍ ଦେବୀ ପର୍ଯ୍ୟନ୍ତ ଆଣିଥିଲେ।

ସେହିପରି ଘୁମୁସର ଅଞ୍ଚଳ ଭଞ୍ଜନଗର ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶହଶହ କାର୍ଯ୍ୟକର୍ତ୍ତା ଓ ଶିଶୁମନ୍ଦିରର ଗୁରୁମା ଗୁରୁଜୀ ଏବଂ ଛାତ୍ରଛାତ୍ରୀ ମାନେ ରଥକୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଶେଷରେ ସ୍ଥାନୀୟ ଇଲେକ୍ଟ୍ରି ଅଫିସ୍ ଛକଠାରୁ ଏକ ବିରାଟ ପଟୁଆର ଶୋଭାଯାତ୍ରାରେ ରଥକୁ ସହର ପରିକ୍ରମା କରାଇବା ପରେ, ସ୍ଥାନୀୟ ଜାମପଲ୍ଲୀ ନିକଟସ୍ଥ ଝାଙ୍କରାଇ ମନ୍ଦିରରେ ସମସ୍ତ ଜନସାଧାରଣଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରାନ୍ତ ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ଅମ୍ବିକା ଦାସ, ବିଶ୍ବହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧିର ନାୟକ, ଜିଲ୍ଲା ସଂପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ସୁଧିର କୁମାର ପ୍ରଧାନ, ସହ ସଂଯୋଜକ ଅଜୟ ମହାପାତ୍ର, ଗୁପ୍ତେଶ୍ୱର ସୁବୁଦ୍ଧି, ମହେଶ୍ୱର ସାହୁ, ଓ ପ୍ରମୋଦ ଗୌଡ଼ ଙ୍କ ନେତୃତ୍ୱରେ ସମାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସତ୍ୟାନନ୍ଦଜୀ ମହାରାଜ୍ ଓ ନକୁଳ ବାବାଙ୍କ ନେତୃତ୍ବରେ ବହୁ ସାଧୁ ସନ୍ଥ ଯୋଗଦାନ କରିଥିଲେ । ଏହିପରି ଗାୟତ୍ରୀ ପରିବାର ର ଜିଲ୍ଲା ସଂଘ ଚାଳକ ବନମାଳୀ ଗୌଡ଼, ପଦ୍ମନାଭ ପ୍ରଧାନ, । ଏବଂ ବିଜେପି ପକ୍ଷରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ସ୍ଥାନୀୟ କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଶ୍ରୀ ଅଯୋଧ୍ୟା ନାଥ ମହାପାତ୍ର, ସଂଜୟ ସ୍ବାଇଁ, ବ୍ରହ୍ମାନନ୍ଦ ଦାସ ଙ୍କ ସହିତ ବହୁ ମାନ୍ୟଗଣ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.