ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦରମହକୁମା ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା O.U.W.J ସାମ୍ବାଦିକ ସଙ୍ଘ ତରଫରୁ କୋଷଗୁମୁଡା ଠାରେ ନୂଆଖାଇ ଭେଟଘାଟ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଛି | ଜିଲ୍ଲା O.U.W.J ସାମ୍ବାଦିକ ସଙ୍ଘ ସଭାପତି ବର୍ତ୍ତ ହରିଜନ ଙ୍କ ନେତୃତ୍ୱ ରେ ଜିଲ୍ଲା ର ଦଶ ଗୋଟି ବ୍ଲକ ରୁ O.U.W.J ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟ ଙ୍କୁ ନେଇ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି | ଏହି ଅବସରରେ କୋଷାଗୁମୁଡା ବ୍ଲକ ଅଧକ୍ଷା ସର୍ବେଶ୍ୱରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ ମୋତିଗାଁ ସମିତି ସଭ୍ୟ ତ୍ରିଲଚନ ଧାକଡ଼ ଓ ମୁଖ୍ୟ ବକ୍ତା ଭାବରେ କୋଷାଗୁମୁଡା ପୂର୍ବତନ ସରପଞ୍ଚ ହରିବନ୍ଧୁ ମାଝୀ ଉପସ୍ଥିତ ରହି O.U.W.J ସାମ୍ବାଦିକ ସଂଘ ର ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା | ସର୍ବପ୍ରଥମେ ଜିଲ୍ଲା O.U.W.J ସାମ୍ବାଦିକ ସଂଘ କୋଷାଗୁମୁଡା ପଂଚାୟତ ସରପଞ୍ଚ ବ୍ଲକ ଅଧକ୍ଷା ଓ ଓଡିଶା ମଟର ଚାଳକ ସଙ୍ଘ ର ସଦସ୍ୟ ମାନେ ମିଳିତ ଭାବେ ଦେଶ ର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଉପଲକ୍ଷେ ବ୍ଲକ ଅଫିସ ପରିସରରେ ଥିବା ଗାନ୍ଧୀ ପ୍ରତିମା ରେ ପୁଷ୍ପ ମାଳ ପ୍ରଦାନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା | O.U.W.J ସାମ୍ବାଦିକ ସଂଘ ର ନନ୍ଦାହାଣ୍ଡି ବ୍ଲକ ସଦସ୍ୟ ଘାସିରାମ ହରିଜନ ସାଇକେଲ ମାଧ୍ୟମରେ ବୁଲି ବୁଲି ଖବର ସଂଗ୍ରହ କରି ଲକଙ୍କ ସେବା କରୁଥିବା ପାଇଁ ତାଙ୍କୁ କୋଷାଗୁମୁଡା ବ୍ଲକ ମୋତିଗାଁ ସମିତି ସଭ୍ୟ ତ୍ରିଲଚନ ଧାକଡ଼ ଓ କୋଷାଗୁମୁଡା ସଦର ପଂଚାୟତ ପୂର୍ବତନ ସରପଞ୍ଚ ହରିବନ୍ଧୁ ମାଝୀ 22000 ଟଙ୍କା ଘାସିରାମ ହରିଜନ ଙ୍କୁ ପୁରସ୍କାର ଦେବା ପାଇଁ ସଙ୍ଘ ର ସମସ୍ତ ଙ୍କ ଆଗରେ ପ୍ରକାଶ କରିଥିଲେ ଯଉଁଥି ପାଇଁକି O.U.W.J ସାମ୍ବାଦିକ ସଂଘ ତରଫରୁ ଉଭୟ ତ୍ରିଲୋଚନ ଧାକଡ଼ ଓ ହରିବନ୍ଧୁ ମାଝୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଆଜିର ବୈଠକ ରେ ଓଡିଶା ରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ସୁରକ୍ଷା ଦେବା ପାଇଁ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରୁ ଓ ସାମ୍ବାଦିକ ଙ୍କ ପାଇଁ ଏକ ସ୍ୱତନ୍ତ୍ର କମିସନ ଗଠନ କରାଯାଉ ବୋଲି ମତାମତ ଉପସ୍ଥାପନା କରାଯାଇଥିଲା | ସଙ୍ଘ ର କୋ୍ଡିନେଟର ଶେଖର ଖୁରା ସମ୍ପାଦକ ଅଶୋକ ସାହୁ ଉପସଭାପତି ହିମାଂଶୁ ଶେଖର ବାଘ ମଞ୍ଚ ପରିଚାଳନା କରିବାରେ ସାହାଯ୍ୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା | ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲା ରେ O.U.W.J ସାମ୍ବାଦିକ ସଂଘ ର ସମସ୍ତ ସଂଗ୍ରାମୀ ସାମ୍ବାଦିକ ମାନେ ନିର୍ଭୟ ଭାବେ ଖବର ପ୍ରସାର କରନ୍ତୁ | ଲୋକଙ୍କ ସମସ୍ୟା ଭିତକ ଖବର ପ୍ରକାଶ କରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ଲକଙ୍କ ସମସ୍ୟା ସମାଧାନ କରିବା ଦିଗ ରେ ବିଶେଷ ଧ୍ୟାନ ଦେବା ପାଇଁ ଉପସ୍ଥିତ ସଂଘ ର ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ସାହ ପ୍ରଦାନ କରାଯାଇଥିଲା | ଶେଷରେ ଆସିଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା.
Sign in
Sign in
Recover your password.
A password will be e-mailed to you.