ଚେନ୍ନାଇରେ ପ୍ରବାସୀ ଓଡିଆଙ୍କ ମେଗା ସ୍ବାସ୍ଥ୍ୟ ଶିବିର

0

 ( ମାହାଙ୍ଗା-ଶାସକ ପ୍ରଶାସକ) : ଚେନ୍ନାଇରେ ପ୍ରବାସୀ ଓଡିଆଙ୍କ ମେଗା ସ୍ବାସ୍ଥ୍ୟ ଶିବିର ଶ୍ରୀ ଜଗନ୍ନାଥ ସ୍ପିରିଚୁଆଲ ଏଜୁକେସନାଲ କଲଚ୍ୟୁରାଲ ଟ୍ରଷ୍ଟ (SJSECT ) ଓ ଆପୋଲୋ ସ୍ପେସାଲିଷ୍ଟ ହସ୍ପିଟାଲ ସହଯୋଗରେ ଶ୍ରୀଜନ୍ନାଥ ଆଧ୍ୟାତ୍ମିକ କମ୍ପ୍ଲେସରେ ଅକ୍ଟୋବର ୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା l ଏହାକୁ ଶ୍ରୀ ଅର୍ଚ୍ଚନା ପଟ୍ଟନାୟକ,IAS ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଏକ ମଲ୍ଟି ସ୍ପେସାଲିଷ୍ଟ ସାମସଙ୍ଗ ବସ୍ କ୍ୟାମ୍ପରେ ଜନସାଧାରଣ ECG, X- RAY, ଇକୋ ଇତ୍ୟାଦି ପରୀକ୍ଷା କରିଥିଲେ l ଏଥିରେ ମ୍ୟାନେଜିଂ ଟ୍ରଷ୍ଟି ,SJSECT ର ପ୍ରଫେସର ଡକ୍ଟର ଏସ ଏନ ମାଝି,ବିଭୂତି ଭୂଷଣ ବିଶୋଇ,ପବିତ୍ର ମୋହନ ମାଝି,ଚିଫ କମିଶନର ଅଫ ଇନକମ ଟ୍ୟାକ୍ସ,ଚେନ୍ନାଇ ଦେବେନ୍ଦ୍ର ନାରାୟଣ କର, ସୁନାମଧନ୍ୟ ଓଡ଼ିଆ ଡାକ୍ତର ସୁଦୀପ୍ତ କୁମାର ସ୍ବାଇଁ, ସ୍ଵେଛାସେବୀ ସଂଗଠନ “ଆମ ମାହାଙ୍ଗା” ର ଅଧ୍ୟକ୍ଷ ତଥା ସମାଜସେବୀ ଡ଼ଃ ଅମରେନ୍ଦ୍ର ମହାନ୍ତି,ପ୍ରତାପ ସିଂ ମିଶ୍ର,ଶ୍ରୀମତୀ ମିଲୁ ବିଶୋଇ,ଅମୂଲ୍ୟ ମହାପାତ୍ର,ବସନ୍ତ ଜେନା,ମନ୍ମଥ ବିଶ୍ଵାଳ,ପଞ୍ଚାନନ ସାହୁ ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ଦିଗ ଉପରେ ଗଭୀର ଭାବେ ଆଲୋକପାତ କରିଥିଲେ l ଏହି ସ୍ବାସ୍ଥ୍ୟ ଶିବିରରେ ୨୦୦ ରୁ ଉର୍ଦ୍ଧ୍ବ ଜନ ସାଧାରଣ ସେମାନଙ୍କର ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସମସ୍ତେ ପ୍ରସାଦ ସେବନ କରିଥିଲେ ଶେଷରେ ଡକ୍ଟର ମାଝି ସମସ୍ତ ସଦସ୍ୟ,ସଦସ୍ୟା ମାନଙ୍କୁ ଓ ଆପୋଲୋ ହସ୍ପିଟାଲ୍ ର ଅଭିଜ୍ଞ ଡାକ୍ତର ଓ ସମସ୍ତ ଷ୍ଟାଫ୍ ମାନଙ୍କ ସହଯୋଗପାଇଁ ଧନ୍ୟବାଦ ଜଣାଇଥିଲେ l ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ଼ ପ୍ରଶଂସା କରାଯାଇଛି l

Leave A Reply

Your email address will not be published.