ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଅବସରରେ ମାହାଙ୍ଗା ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
https://youtu.be/VjjJFl4wELU
ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ବିଧାୟକ ପ୍ରତାପ ଜେନା
“ମାହାଙ୍ଗା ଏବଂ ମହାତ୍ମା ଗାନ୍ଧୀ ଅଙ୍ଗାଙ୍ଗୀ ଭାବେ ଜଡିତ : ଗାନ୍ଧୀଙ୍କ ସ୍ମୃତିକୁ ଚିର ସ୍ମରଣୀୟ ଏବଂ ଭବିଷ୍ୟତ ପିଢିଙ୍କ ପାଇଁ ଉଜ୍ଜବିତ ରଖିବା ହିଁ ଆମର ଲକ୍ଷ୍ୟ”
(ମାହାଙ୍ଗା -ଶାସକ ପ୍ରଶାସକ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି ସାହିତ୍ୟି, ସଂସ୍କୃତିସମ୍ପର୍ଣ୍ଣ ମାହାଙ୍ଗା ମାଟିରେ l ପୂଜ୍ୟ ପୂଜା ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସମ୍ମାନ ଜଣାଇ ମାହାଙ୍ଗା ମାଟିରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିକୁ ଚିର ସ୍ମରଣୀୟ, ଭବିଷ୍ୟତ ପିଢ଼ି ଙ୍କ ପାଇଁ ଇଜ୍ଜୀବିତ ରଖିବା ଉଦେଶ୍ୟରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଅକ୍ଟୋବର 2 ରୁ ଜନସମ୍ପର୍କ ପଦଯାତ୍ରା ଅବସରରେ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ମହାତ୍ମା ଗାନ୍ଧୀଙ୍କ 154 ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ, ଗାନ୍ଧୀ ପାର୍କ ଉଦଘାଟିତ ଏବଂ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭେଡା ଠାରୁ କଇଥା ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିଲେ ଏବଂ ଯେଉଁଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ରାତ୍ରି ଯାପନ କରିଥିଲେ କଇଥା ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ କଇଥା ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l
ଫଳରେ ସମଗ୍ର ଅଞ୍ଚଳ ବାପୁଜୀ ଙ୍କ ରାମଧ୍ଵନି ‘ରଘୁପତି ରାଘବ ରାଜାରାମ ପତିତ ପାବନ ସୀତାରାମ’ ଗାନ ରେ ପ୍ରକମ୍ପିତ ହୋଇ ଉଠିଥିଲା l ଏହି ଅବସରରେ ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ମାହାଙ୍ଗା ଆଉ ଜାତିର ପିତା ଗାନ୍ଧୀ ଅଙ୍ଗାଙ୍ଗୀ ଭାବେ ଜଡିତ, ମହାତ୍ମା ଗାନ୍ଧୀ 1934 ମସିହା ମେ 22 ତାରିଖ ଦିନ କଇଥା ଗାନ୍ଧୀ ଶିକ୍ଷାଶ୍ରମକୁ ଆସି ରାତ୍ରୀ ଯାପନ କରିବା ସହିତ ମୌନ ବ୍ରତ ଗ୍ରହଣ କରିଥିଲେ, ତାହାପରେ ବଇରୀ ରେଳ ଷ୍ଟେସନ ରୁ ହରିଜନ ପଦଯାତ୍ରା ରେ କଇଥା ପର୍ଯ୍ୟନ୍ତ ଆସିଥିଲେ ଏବଂ ପରେ ପରେ ଭେଡା, ଯଶରାଜପୁର ଦେଇ ସାଲେପୁର ସତ୍ୟଭାମାପୁର ସ୍ଥିତ ମଧୁବାବୁ ଙ୍କ ଘରେ ରାତ୍ରୀ ଯାପନ କରିବା ପରେ ନିଶ୍ଚିନ୍ତକୋଇଲି ବଡ଼ଖିର ପଞ୍ଚାୟତ ପଣପଡିଆ ଠାରେ ମଧ୍ୟ ରାତ୍ରୀ ଯାପନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ l ଏପରିକି ବିଧାୟକ ଶ୍ରୀ ଜେନା ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ କଇଥା ଗାନ୍ଧୀ ଶିକ୍ଷାଶ୍ରମରେ ମହାତ୍ମା ଗାନ୍ଧୀଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ କରିବା ସହିତ ଗାନ୍ଧୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ବାର୍ତ୍ତା ରଖିଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଜେନା ଅକ୍ଟୋବର 2 ଅବସରରେ ଯେଉଁ ଜନ ସମ୍ପର୍କ ପଦଯାତ୍ରା ପାଇଁ ଆହ୍ୱାନ ଦେଇଛନ୍ତି ବା 2000 ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରଠାରୁ ସମଗ୍ର ଓଡ଼ିଶାରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇପାରିଛି ଯାହାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବିଧାୟକ ପ୍ରତାପ ଜେନା ଏବଂ ମାହାଙ୍ଗା ଅଂଚଳବାସୀ ଧନ୍ୟବାଦ ଜଣାଇଛନ୍ତି l
ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହିତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା, ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡା, ସରପଞ୍ଚ ଶୈଳବାଳା ବେହେରା, ସମିତିସଭ୍ୟା ବନଲତା ଦଳାଇ, ପଞ୍ଚାୟତ ସଭାପତି କମଳାକାନ୍ତ ବେହେରା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ,ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ମୁସିଦ ରିଆଜୁଲ ହୋଦା, ଜଗବନ୍ଧୁ ସେଠୀ, ସସ୍ମିତା ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଯୁବନେତା ଶରତ ମହାପାତ୍ର,ଅମୀୟ ନାୟକ, କିଶୋର ରାଉତ ,ଛାତ୍ର ନେତା ତ୍ରିନାଥ ଜେନା,ହିତେଶ ରାଉତ ଙ୍କ ବହୁ ବରିଷ୍ଟ ନାଗରିକ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ବିଜୁ ଜନତା ଦଳ କର୍ମୀ, ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ହଜାର ମହିଳା, ସ୍ଵେଛାସେବୀ ସଂଗଠନ, ଅଂଚଳବାସୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲ l