କାକଟପୁର ଯୋଗଜନ୍ମା ପୁରୁଷ ବୈକୁଣ୍ଠ ସ୍ୱାଇଁ ଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ।

0

ଅସ୍ତରଙ୍ଗ/ଦୁଃଶାସନ ନାୟକ: ଅକ୍ଟୋବର୨ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ । ଭାରତ ବର୍ଷ ରେ ଏହି ପବିତ୍ର ଗାନ୍ଧୀ ଜୟନ୍ତୀ ଉତ୍ସବ ବିଭିନ୍ନ ଉପାୟ ରେ ପାଳିତ ହେଇଛି । କିନ୍ତୁ କାକଟପୁର ମାଟିର ଯୋଗଜନ୍ମା ପୁରୁଷ ତଥା ସ୍ୱୋର୍ଗତ ବିଧାୟକ ବୈକୁଣ୍ଠ ସ୍ୱାଇଁ ଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ତରଫରୁ ଅନୁଷ୍ଠିତ ହୋଇ ଯାଇଛି, ଅସ୍ତରଙ୍ଗ ବଜାର ସ୍ଥିତ ପରିଡ଼ା କଲ୍ୟାଲ ମଣ୍ଡପ ଠାରେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବାଉରୀ ବନ୍ଧୂ ମହାନ୍ତି ସଭାପତିତ୍ବ କରିଥିବା ବେଳେ, ଅତିଥି ଭାବେ ଯୋଗଦାନ କରିଥିଲେ, ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା, ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ସସ୍ମିତା ବେହେରା ,ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ,ଅମିୟ କୁମାର ପଟ୍ଟନାୟକ, ପ୍ରଦେଶ କଂଗ୍ରେସ ଉପ ସଭାପତି ବିଶ୍ୱଭୂଷଣ ଦାସ ଓ ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର ପ୍ରମୁଖ ।
୧୯୯୫ ମସିହା ଅକ୍ଟୋବର ମାସ ୨ ତାରିଖ ରେ ଏହି ମହାନ ଜନନାୟକ ତଥା କାକଟପୁର ର ସ୍ୱୋର୍ଗତ ବିଧାୟକ ବୈକୁଣ୍ଠ ନାଥ ସ୍ୱାଇଁ ଙ୍କ ମହାପ୍ରୟାଣ ହୋଇଥିଲା । ଆଉ ଆଜି ବି କାକଟପୁର ମାଟି ର ପ୍ରତ୍ୟେକ ରାଜନେତା, ବୁଦ୍ଧିଜୀବୀ ସେହି ମହାନ ଆତ୍ମା ଙ୍କୁ ସ୍ମରଣ କରିବା ସହ,ଶ୍ରୀ ସ୍ବାଇଁ ତାଙ୍କ ବିଧାୟକ ସମୟରେ,କରିଥିବା ବିଭିନ୍ନ କାର୍ଯ୍ୟ ତଥା, ମେରାଇନ ଡ୍ରାଇଭି ରାସ୍ତା,କୋଣାର୍କ କୁ ଏନ ଏ ସି, ଘୋଷାଣା ,କୋଣାର୍କ,କାକଟପୁର,ଅସ୍ତରଙ୍ଗ କଲେଜ,ତହସିଲ,ଟ୍ରେଜରି,ସବ୍ ରେଜିଷ୍ଟି ଅଫିସ , ଡାକ୍ତରଖାନା,ଆଦି କରି
କାକଟପୁର ବାସୀଙ୍କ ଜନମାନସରେ ସବୁଦିନ ପାଇଁ ପ୍ରତିଛବି ହୋଇ ରହି ଯାଇ ଛନ୍ତି ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ । କଂଗ୍ରେସ ଦଳ ତରଫରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୨ ତାରିଖ ରେ ଏହି କାର୍ଯ୍ୟକ୍ରମ ବିଶେଷ ଭାବରେ ଅନୁଷ୍ଠିତ ହୁଏ । କାର୍ଯ୍ୟକ୍ରମ ରେ କେବଳ କଂଗ୍ରେସ ନୁହେଁ ଅସ୍ତରଙ୍ଗ କାକଟପୁର ଅଂଚଳ ର ଅନେକ ବୁଦ୍ଧିଜୀବୀ ଏକତ୍ରିତ ହୋଇ, ମହାତ୍ମାଗାନ୍ଧୀ, ଶାସ୍ତ୍ରୀ ଏବଂ ବୈକୁଣ୍ଠ ନାଥ ସ୍ୱାଇଁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ଉଜ୍ୱଳନ କରି ଥାନ୍ତି । ରାଜ୍ୟ ର ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଏ ମାଟି ହେଉଛି ବୈକୁଣ୍ଠ ସ୍ୱାଇଁ ଙ୍କର, ତାଙ୍କ ର ଏହି ଶ୍ରାଦ୍ଧ ଦିବସ ରେ ସମସ୍ତ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଆଗାମୀ ଦିନ ରେ ବୈକୁଣ୍ଠ ସ୍ୱାଇଁ ଙ୍କ ସ୍ବପ୍ନ କୁ ପୂରଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାର ଅନ୍ୟ ମାନଙ୍କ ମଧ୍ୟରେ, ଯୁବ ନେତା ଜିତେନ୍ଦ୍ର ନାୟକ,ପ୍ରଶାନ୍ତ ଭୋଳ, ଲୁଳିଆ ଖୁଣ୍ଟିଆ,ଅବଧୂତ ସ୍ବାଇଁ,କାମିନୀ ବେହେରା,ସୁଭସ୍ମିତା ସାହୁ,ଦୀନବନ୍ଧୁ ବେହେରା,ବିକାଶ ବାରିକ,ପ୍ରତାପ ଖୁଣ୍ଟିଆ ପ୍ରମୁଖ ଭାଷଣ ଦେଇ ସ୍ୱର୍ଗତ ସ୍ବାଇଁ ଙ୍କର ସ୍ମୃତି ଚାରଣ କରିବାର ଦେଖାଯାଏ ଥିଲା ।
ଏହି ଶ୍ରଦ୍ଧାଞ୍ଜଳି ତଥା ସ୍ମୃତି ଚରଣ ସଭାରେ ଅସ୍ତରଙ୍ଗ,କାକଟପୁର ଅଞ୍ଚଳର ୨୦୦ ଉର୍ଦ୍ଦ ଜନତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.