ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଆଜି (ରବିବାର ଦିନ) ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ସକାଳେ ପ୍ରଥମେ କାର୍ଯକ୍ରମରେ ଯୋଗ ଦେଉଥିବା ବରିଷ୍ଠ ନାଗରିକ ମାନଙ୍କର ପଞ୍ଜୀକରଣ କରାଯାଇଥିଲା। ପରେ ପରେ ଯୋଗ ଗୁରୁଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ମାନେ ଯୋଗ କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ବାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ ଗଳା , ନାସା ଓ କର୍ଣ , ମେଡିସନ , ଗେରିଆଟ୍ରିକ ଓ ସାଧାରଣ ବିଭାଗ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ସ୍ବାସ୍ଥ୍ୟ ପରୀକ୍ଷା ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଦ୍ଧିଷ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପରିବେଷଣ କରଯାଇଥିଲା। ଆଜିର ଏହି ବୈଠକରେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ , ମାନ୍ୟବର ସାଂସଦ , ବ୍ରହ୍ମପୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଅଧ୍ୟକ୍ଷ , ଜିଲ୍ଲା ପରିଷଦ , ଗଜପତି , ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ ଗଜପତି, ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌର ପରିଷଦ ପାରଳାଖେମୁଣ୍ଡି , ଡଃ.ପ୍ରଦୀପ କୁମାର ପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ , ଗଜପତି, ଶ୍ରୀଯୁକ୍ତ ବନମାଳୀ ଶତପଥୀ , ନିର୍ବାହୀ ଅଧିକାରୀ , ପାରଳାଖେମୁଣ୍ଡି ସମ୍ମାନନୀୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶ୍ରୀଯୁକ୍ତ ଲକ୍ଷ୍ମୀନୃସିଂହ ରଥ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ କମିଟି ତରଫରୁ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା ସମ୍ମାନୀୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ।
ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଉପ-ଜିଲ୍ଲାପାଳ ,ପାରଳାଖଣ୍ଡି , ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଗଜପତି ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଲିଖନ , ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା ଏଥିରେ ୧୮ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯକ୍ରମରେ ଯୋଗ ଦେଇଥିବା ବରିଷ୍ଠ ନାଗରିକଙ୍କ ମନୋରଞ୍ଜନ ନିମନ୍ତେ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ପାରଳାଖେମୁଣ୍ଡି ଓ ସଙ୍କଟ ତାରିଣୀ ନୃତ୍ୟ କଳା ସଂସଦ , ଯାଜପୁର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯକ୍ରମରେ ସମୁଦାୟ ୩୦୭ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।
ତଦନୁରୂପ ଗୋଷାଣୀ ବ୍ଲକ ଅନ୍ତର୍ଗତ ବି.ସୀତାପୁର ଠାରେ ଅନୁଷ୍ଠିତ ଆଶ୍ରା ଜରାଶ୍ରମ ଠାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଅଛି।
Sign in
Sign in
Recover your password.
A password will be e-mailed to you.
Next Post