ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୄହ ଠାରେ ସ୍ଥାନୀୟ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ପକ୍ଷରୁ ବିଶିଷ୍ଟ ଭାଷାବିତ୍, ସାହିତ୍ୟିକ ତଥା ଉତ୍କଳ ବିଶ୍ବ ବିଦ୍ୟାଳୟ ତତ୍କାଳୀନ ପ୍ରଫେସର ସ୍ୱର୍ଗତ ଡ.ବାସୁଦେବ ସାହୁଙ୍କ ୮୪ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ, ଆଲୋଚନାଚକ୍ର, କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଡ.ବିଜୟ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ.ଅଧିବାସ ପଣ୍ଡା ମୁଖ୍ୟ ବକ୍ତା, ଡ.ବେଣୁଧର ଦାସ ସ୍ୱତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଦିବାକର ନାୟକ, ଲୋକନାଥ ମିଶ୍ର (ଭରଦ୍ବାଜ) ଓ ରଂଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ସମସ୍ତ ଅତିଥି ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହ ନୟାଗଡ଼ ଜିଲ୍ଲାର ବିଭିନ୍ନ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ସହିତ ଓଡ଼ଗାଁ ବ୍ଲକର ବିଭିନ୍ନ କ୍ଷେତ୍ରରେ କୄତିତ୍ୱ ହାସଲ କରି ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭୂ ମାନଙ୍କୁ ମାନପତ୍ର ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟତମ ଅତିଥି ପ୍ରଧାନୀ ବୄନ୍ଦାବନ ମହାପାତ୍ର, ନିର୍ମଳଚନ୍ଦ୍ର ଶୂରଦେଓ, ପତିତପାବନ ସାହୁ, ଉଷାମଣି ମିଶ୍ର, ଶରତଚନ୍ଦ୍ର ଷଡଙ୍ଗୀଙ୍କ ଉପସ୍ଥିତିରେ ପ୍ରଶାନ୍ତ କୁମାର ଦାଶ ଓ ବବିତାରାଣୀ ମହାପାତ୍ରଙ୍କ ସଂଯୋଜନାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଉପସ୍ଥିତ ହୋଇଥିବା ୮୪ ଜଣ କବି-କବୟିତ୍ରୀଙ୍କୁ ନେଇ କବିତା ଆସର ଅନୁଷ୍ଠିତ ହୋଇଥିବା ବେଳେ ପ୍ରତ୍ୟେକଙ୍କୁ ମେମେଣ୍ଟୋ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ପରିଚାଳକ ରଞ୍ଜନ କୁମାର ଦାଶ ଓ ସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରମାକାନ୍ତ ପ୍ରଧାନ, ପରମାନନ୍ଦ ସ୍ୱାଇଁ, ଦ୍ୱିତୀକୄଷ୍ଣ ମିଶ୍ର, ରାଜୀବ ଲୋଚନ ବରାଡ଼, ରବୀନ୍ଦ୍ର କୁମାର ଘଡେଇ, ପ୍ରଭାତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ।