ଗାନ୍ଧିଜୀ ଓ ଶାସ୍ତ୍ରୀ ଜି ଙ୍କୁ ମନେ ପକାଉଛି ପୁରା ଦେଶ

0

ପଦ୍ମପୁର :- ଆଜି ଗାନ୍ଧିଜୀ ଓ ଶାସ୍ତ୍ରୀ ଜି ଙ୍କର ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ଭାରତ ବର୍ଷ ଏହି ଦୁଇ ମହାନ ଜନନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହିକ୍ରମ ରେ ଆଜି , ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପଦ୍ମପୁର ଠାରେ , ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପଦ୍ମପୁର ଉପଖଣ୍ଡ ପ୍ରଶାସନ ଓ ଏନ୍ଏସି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଂକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସହର ମଧ୍ଯରେ ଥିବା ସମସ୍ତ ମହାପୁରୁଷଂକ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା । ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ ପଟେଲ, ଏନ୍ଏସି ଅଧ୍ଯକ୍ଷା ସାବିତ୍ରୀ ବାଗ, ଏସିଏସ୍ଓ ସନ୍ତୋଷ ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର, ସହକାରୀ ଜିଲ୍ଲାପାଳ ମନୋରଂଜନ ନାୟକ ଓ ଅନ୍ଯ କର୍ମଚାରୀ ମାନେ ମହାପୁରୁଷ ମାନଂକୁ ପୁଷ୍ପମାଲ୍ଯ ଅର୍ପଣକରି ଚରଣବନ୍ଦନା କରିଥିଲେ ।

Leave A Reply

Your email address will not be published.