ସେପ୍ଟେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ୧୬୫୧.୫୮ କୋଟି ଟଙ୍କା ଆଦାଯ: ୪୨.୭୪ ପ୍ରତିଶତ ଅଭିବୃଦ୍ଧି

0

ଭୁବନେଶ୍ୱର: ୨୦୨୩ ମସିହା ସେପ୍ଟେବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶା ୧୬୫୧.୫୮ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ୨୦୨୨ ମସିହା ସେପ୍ଟେମ୍ବର ମାସରେ ୧୧୫୭.୦୮ କୋଟି ଟଙ୍କା ଥିଲା । ଏ ଦିଗରେ ୪୨.୭୪ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି । ସେହିପରି ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ୧୦୪୪୦.୭୪ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଏ କ୍ଷେତ୍ରରେ ବୃଦ୍ଧି ହାର ରହିଛି ୨୩.୨୪ ପ୍ରତିଶତ ।

ଅପର ପକ୍ଷରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ରାଜ୍ୟ ଜିଏସଟି ବାବଦକୁ ୧୧୯୭.୩୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୯୨୬.୯୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୨୯.୧୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇ ପାରିଛି ।

ଯଦି ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ ବା ସେସ) ସଂଗ୍ରହ କଥା ବିଚାର କରାଯାଏ, ତେବେ ଦେଖାଯିବ ଯେ ଏ ବାବଦରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଓଡିଶା ୪୨୪୯.୧୨ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୭୬୫.୧୭ କୋଟି ଟଙ୍କା । ଏ କ୍ଷେତ୍ରରେ ୧୨,୮୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ରାଜ୍ୟ ବାଣିଜ୍ୟକର ବିଭାଗ ଦ୍ବାରା ପରିଚାଳିତ ହେଉଥ‌ିବା ସମସ୍ତ ଟିକସ ବ୍ୟବସ୍ଥା ଯଥା : ଜିଏସଟି, ଭାଟ, ପ୍ରବେଶ ଶୁଳ୍କ ଓ ବୃତ୍ତିଗତ ଟିକସ ଅଧ୍ଵନରେ ୨୦୨୩ ମସିହା ସେପ୍ଟେମ୍ବର ମାସରେ ୨୬୩୮.୧୭ କୋଟି ଟଙ୍କା ସଂଗୃହୀତ ହୋଇଥ‌ିବାବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୦୭୦.୨୬ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୨୭.୪୩ ପ୍ରତିଶତ ।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୨୦.୬୬ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବାବେଳେ ଗତବର୍ଷ ଏହି ସମୟରେ ୧୭.୬୬ ଲକ୍ଷ ଇ-ୱେବିଲ ନିର୍ଗମନ କରଯାଇଥିଲା ଫଳରେ ଇ-ୱେବିଲ ନିର୍ଗମନରେ ୧୬.୯୮ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.