କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ର କିରାଶାସନ ସ୍ଥିତ ସ୍ଵପ୍ନେଶ୍ୱର୍ ବାବା ମନ୍ଦିର ନିକଟସ୍ଥ ନବ ନିର୍ମିତ ସ୍ୱପ୍ନ ସାଗର କଳା ପରିଷଦ ମଣ୍ଡପ ରେ ନୂଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବକାଶରେ ପରିଷଦ ର ସଭାପତି ଅରୁଣ କୁମାର ପଟେଲଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବରେ ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରିଷଦର କାର୍ଯ୍ୟାଳୟ ଓ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ନୂଆଁ ଖାଇ ଉତ୍ସବ ର ଇତିହାସ ବର୍ଣ୍ଣନା କରି ଅଞ୍ଚଳ ଓ ପଶ୍ଚିମ ଓଡ଼ିଶାର ଏକତା ପ୍ରତିଷ୍ଠା ପାଇଁ ଆହ୍ବାନ ଦେଇ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପଦ୍ମାବତୀ କିସାନ, ନାଟ୍ୟକାର ଦୁର୍ଗା ପ୍ରସାଦ ପଟ୍ଟନାୟକ,ଅବସର ପ୍ରାପ୍ତ ଶିକ୍ଷକ ନୃପ ଲାଲ ପଟେଲ ପ୍ରମୁଖ ଅତିଥି ଭାବରେ ମଞ୍ଚାଶିନ ରହି ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ସହ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ।ଏହି ଅବସରରେ ନାଟ୍ୟକାର ଦୁର୍ଗା ପ୍ରସନ୍ନ ପଟ୍ଟନାୟକ ,ସାହିତ୍ୟିକ ଓ ପ୍ରକୃତୀବନ୍ଧୁ ସୁବାସ ନାୟକଙ୍କୁ ସମ୍ମାନିତ କରାଯାଇଥିଲା ।ଠିକ୍ ସେଇପରି କସ୍ତୁରୀ ଚଳଚ୍ଚିତ୍ରର ସହ ନାୟକ ସଞ୍ଜୟ ପାତ୍ର ଓ ହାସ୍ୟ ଅଭିନେତା ଓମ୍ ପ୍ରକାଶ ପଟେଲ ଙ୍କୁ ମଧ୍ୟ ତାଙ୍କ ଅନୁପସ୍ଥିତିରେ ସହଯୋଗୀଙ୍କ ଜରିଆ ରେ ସମ୍ମାନିତ କରାଯାଇଥିଲା ।ସଭା ପ୍ରାରମ୍ଭରେ ଅନୁଷ୍ଠାନ ର ସମ୍ପାଦକ ସୌକିତ ମହାପାତ୍ର ସ୍ୱାଗତ ଭାଷଣ,ଉପ ସଭାପତି ନୀଳାଞ୍ଚଳ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶେଷରେ ଉପଦେଷ୍ଟା ତଥା ଅବସର ପ୍ରାପ୍ତ ଶିକ୍ଷକ ପ୍ରତାପ ଶେଖର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ଅତିଥି ଗଣ ଦୁଇ ଗୋଟି ଚାରା ରୋପଣ କରି ନୁଆଖାଇ ଭେଟ ର ସ୍ମୁତି ରକ୍ଷା କରିଥିଲେ । କୁଟୁରାଚୂଆଁ ଓ କୁଡ଼ାପଡ଼ା ଗ୍ରାମ ପଞ୍ଚାୟତ ର ସହସ୍ରାଧିକ ଜନତା ଓ ଶତାଧିକ ପ୍ରତ୍ଯୋଶି ଙ୍କ ଅଂଶ ଗ୍ରହଣରେ ଉତ୍ସବ ଟି ବେଶ୍ ଆକର୍ଷଣୀୟ ହୋଇଥିଲା । ସହକାରୀ ଶିକ୍ଷୟିତ୍ରୀ ଯମୁନା ପୁରୋହିତ ଓ କବି ଖଗେଶ୍ବର ସେନାପତି ବିଚାରପତି ର କାର୍ଯ୍ୟ ତୁଲାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ନାଏକ ଓ ପୂର୍ବତନ ସରପଂଚ ତ୍ରିବିକ୍ରମ ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନ ର ନେତୃତ୍ୱ ନେଇଥିଲେ ।
Sign in
Sign in
Recover your password.
A password will be e-mailed to you.