ପଦ୍ମପୁର ରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ l

0

ପଦ୍ମପୁର :- ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ସଭା ଗୃହରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଡଃ ଯଦୁମଣି ସାହୁ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ନିରୋଜ ଦୋରା, ଅବସରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ହସ୍ପିଟାଲ ମ୍ୟାନେଜର ଦିବ୍ୟ ମେହେର ଯୋଗଦେଇ ଥିଲେ l ଡଃ ସାହୁ ନିଜ ବକ୍ତବ୍ୟରେ ଅକ୍ଟୋବର ପହିଲାକୁ ଭାରତରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଭାବେ ପାଳନ କରାଯାଏ । ରକ୍ତଦାନର ମହତ୍ତ୍ୱ ଏବଂ ଏହି ମହାନ କାର୍ଯ୍ୟ ସହିତ ଜଡିତ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ଉପସ୍ଥିତ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଶ୍ରୀ ଦୋରା ପୂର୍ବରୁ ପଦ୍ମପୁର ହସ୍ପିଟାଲ ରେ କିପରି ଅଭାବ ଥିଲା ତଥା ଓ ତାହା ଦୂର କରିବା ପାଇଁ ରାଜ୍ୟପାଳଙ୍କ ଠାରୁ ଅନୁମୋଦନ ଆଣି ରକ୍ତ ଭଣ୍ଡାର ସ୍ଥାପନ କରିବା ବିଷୟରେ ଅବଗତ କରିବା ସହିତ ଆଗାମୀ ଦିନରେ କିପରି ରକ୍ତ ର ଅଭାବ ଦୂର କରିବା ପାଇଁ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିବେଦନ କରିଥିଲେ l ରକ୍ତଭଣ୍ଡାର ଟେକ୍ନିସିଆନ ସଂଗ୍ରାମ କେଶରୀ ମହାନ୍ତ, ସୁମିତ ସୁମନ ସିହ୍ନା, ଦୀପକ ସାହୁ, ଅଶ୍ୱିନୀ ଗୁର୍ଲା, ଲଲିତ ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ସ୍ଵେଚ୍ଛାସେବୀ ସଂଗଠନ ଆଶା ସତ୍କାର ରୁ ଅଶୋକ ମିଶ୍ର, ସହଯୋଗ ରୁ ମୌସମ ପାଗଡା, ଜୀବନ ବିନ୍ଦୁ ସହ-ସଂଯୋଜକ ଶିବାଶିଷ ପଟ୍ଟନାୟକ, ଜଗଦୀଶ ହାତୀ, ମାନସ ମହାନ୍ତି, ସୋମେଶ ମହାନ୍ତି, ଗୋପବନ୍ଧୁ ଶିକା, ଦେବାଶିଷ ପଧାନ, ଆଶିଷ ସାହୁ, ରାଜେନ୍ଦ୍ର ସାହୁ ଉପସ୍ଥିତ ଥିଲେ l

Leave A Reply

Your email address will not be published.