ବରଗଡ :- ଜାତୀୟ ରକ୍ତ ଦାନ ଦିବସ ପାଳନ ଅବସରରେ ବରଗଡ଼ ଜିଲ୍ଲାର ଏହି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଂଚାୟତ ର ଆନ୍ଧ୍ର କେମ୍ପ ଠାରେ ଥିବା ନିଷ୍ଠା ଭବନ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ବିରମହାରାଜ ପୁର, ପଣ୍ଡା ପାଲି, ସୋନପୁର ର ସହଭାଗିତା ରେ ଏକ ମଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଉଭୟ ଶିବିର କୁ ବରଗଡ଼ ର ଜଣାଶୁଣା ଡାକ୍ତର ଶ୍ରୀଯୁକ୍ତ ନିଶାନ୍ତ ଦେବତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ମାନଙ୍କ ର ଶୁଭ ଉଦ୍ଘାଟନ କରିଥିଲେ। ରକ୍ତ ଦାନ ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି ମାଗଣା ଚକ୍ଷୁ ପରୀକ୍ଷା ଶିବିର ରେ ସର୍ବମୋଟ୍ ୧୦୩ଜଣ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୯ଜଣ ଙ୍କର ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା। ଅପରେସନ ପାଇଁ ଚିହ୍ନଟ ହୋଇଥିବା ରୋଗୀଙ୍କ ଖାଇବା,ପିଇବା,ଯିବା,ଆସିବା,ରହିବା ଓ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣା ରେ କରାଯିବ। ମହାନଦୀ ନେତ୍ର ଚିକିତ୍ସାଳୟ ର ଡାକ୍ତର ବିଜୟ କୁମାର ନାୟକ, ଟେକ୍ନିସିଆନ ସୁଜିତ ଥପା ଓ ପୁରା ଟିମ୍ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ। ଉଭୟ ଶିବିର କୁ ନିଷ୍ଠା ପରିବାର ଉପଦେଷ୍ଟା ଦୂର୍ବାଦଳ ଷଡ଼ଙ୍ଗୀ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସଭାପତି ରକ୍ଷ ପାଲ ସାହୁ,ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ , ସମାଜସେବା କାର୍ୟ୍ଯ ରେ ବରଗଡ଼ ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ମୁଖ୍ୟତଃ ରକ୍ତଦାନ ଶିବିର ଆୟୋଜନ କରିବା , ରକ୍ତଦାନ କରିବାକୁ ସାଧାରଣ ଜନତା ଙ୍କୁ ପ୍ରେରିତ କରିବା , ରକ୍ତଦାନ ପ୍ରତି ଲୋକଙ୍କୁ ସଚେତନ କରାଇବା ସହିତ ଅନେକ ଅନ୍ୟାନ୍ୟ ପ୍ରଶଂସନୀୟ କାର୍ୟ୍ଯ କରି ଆଜି ବରଗଡ଼ ର ନିଷ୍ଠା ପରିବାର କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ପ୍ରଶଂସା ର ଅଧିକାରୀ ହୋଇ ପାରିଛି ।
Sign in
Sign in
Recover your password.
A password will be e-mailed to you.
Prev Post