ଭୁବନେଶ୍ୱର,୧ । ୧୦: ସମଗ୍ର ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ପକ୍ଷରୁ ମେଗା ସ୍ୱଚ୍ଛତା ଅଭିଯାନ ପାଳିତ ହୋଇଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ କିମ୍ସର ଡାକ୍ତର, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ । ଆଜି ଦିନ ୧୦ଟାରୁ ୧୧ ଟା ଯାଏ ସମସ୍ତେ ଶ୍ରମଦାନ କରିଥିଲେ । କିମ୍ସ ମେଡିକାଲ ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ସଫେଇ କରାଯାଇଥିଲା । କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି ଓ କିମ୍ସ ମେଡିକାଲ ଅଧୀକ୍ଷକ ପ୍ରଫେସର ରାମଚନ୍ଦ୍ର ଦାସଙ୍କ ନେତୃତ୍ୱରେ ସ୍ୱଚ୍ଛତା ପଖୱାଡା ଅନ୍ତର୍ଗତ ଅନୁଷ୍ଠିତ ଏହି ବିଶାଳ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ର, ଅତିରିକ୍ତ ମେଡିକାଲ ଅଧୀକ୍ଷକ ପ୍ରଫେସର କବିକାନ୍ତ ସାମନ୍ତରାୟ, ବରିଷ୍ଠ ପ୍ରଫେସର ସୁଧାଂଶୁ କୁମାର ରଥଙ୍କ, କିମ୍ସର ଗ୍ରୁପ୍ ନିର୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ସମେତ ବରିଷ୍ଠ ଅଧ୍ୟାପକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.