ଅଖିଳ ଭାରତୀୟ ଗୋଁଣ୍ଡ ମହାସଭା ର ନୁଆଁଖାଇ ଭେଟଘାଟ ମହୋତ୍ସବ-୨୦୨୩ ଅନୁଷ୍ଠିତ l

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଅଖିଳ ଭାରତୀୟ ଗୋଁଣ୍ଡ ମହାସଭା ଗୋଁଣ୍ଡ ସମାଜ ରାଜବୋଡାସମ୍ବର ବ୍ଲକ ର ନୁଆଁଖାଇ ଭେଟଘାଟ ମହୋତ୍ସବ -୨୦୨୩ ଗୋରୁବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ବିରାଟ କଲସ ଶୋଭାଯାତ୍ରା କରାଯାଇ ବୁଢ଼ା ଦେଓ ପୂଜା ମଣ୍ଡପ ରେ କଲସ ସ୍ଥାପନ ହୋଇଥିଲା l ସମାଜ ର ବରିଷ୍ଠ ସଦସ୍ୟ ନନ୍ଦକିଶୋର ଧରୁଆ ସଭାପତିତ୍ବ ରେ ଅନୁଷ୍ଠିତ ନୁଆଁଖାଇ ଭେଟଘାଟ ମହୋତ୍ସବ ରେ ରମେଶ ଜଗତ ମଞ୍ଚ ପରିଚାଳନା କରିଥିଲେ l ଗୋଁଣ୍ଡ ସମାଜ ର ଉପସ୍ଥିତ ଜିଲ୍ଲା ସଭାପତି ଭାଗିରଥି ସିଂହ, ପୂର୍ବତନ ସଭାପତି ଜିତେନ୍ଦ୍ରିୟ ଧରୁଆ,ଜିଲ୍ଲା ମହାସଚିବ ଧନେଶ୍ୱର ସିଂହ,ମହିଳା ସଭନେତ୍ରୀ ଯାଜ୍ଞସେନୀ ଭୋଇ,ଉପସଭାନେତ୍ରୀ ଅହଲ୍ୟା ଭୋଇ, ଜିଲ୍ଲା ପ୍ରଚାର ସଚିବ ରଘୁନନ୍ଦନ ଦେଓ,ସରୋଜ ଧରୁଆ,ଜିଲ୍ଲା କମିଟି ଉପସଭାପତି ଚୈତୁ ସିଂ ସିଦାର,ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଧରୁଆ,ଜିଲ୍ଲା ମହିଳା ମହାସଚିବ ଆଲ୍ଲାଦିନି ଭୋଇ ଏନଏସି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଆଦି ବରିଷ୍ଠ ସଦସ୍ୟ ଗଣ ସମାଜ ର ରୀତିନୀତି,ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଆଲୋକପାତ କରିବା ସହ ସମାଜ ର ସାମୁହିକ ମଙ୍ଗଳ କାମନା କରିଥିଲେ l ଏହି ଅବସରରେ ପଦ୍ମପୁର ବ୍ଲକ ଗୋଁଣ୍ଡ ସମାଜ ର ନୂତନ କମିଟି ଗଠନ କରାଯାଇଥିଲା l ସଭାପତି ରମେଶ ଜଗତ, ଉପସଭାନେତ୍ରୀ ଗୀତାଞ୍ଜଳି ଧରୁଆ, ରଘୁନନ୍ଦନ ଦେଓ ସମେତ କମଳ ଲୋଚନ ଭୋଇ, ରେଶମଲାଲ ଧରୁଆ, ମଙ୍ଗଳ ସିଂ ସିଦାର, ଅଶୋକ ସିଦାର, ସରୋଜ ଧରୁଆ, ଏବିଓ ରାମସିଂ ଭୋଇ,ଏବିଓ ମନୋହର ଉଟି, , ଅଶ୍ୱିନୀ ଧରୁଆ, କେଦାର ଧରୁଆ,, ପଞ୍ଚାନନ ନେଟୀ, ଡିଲେଶ୍ଵର ସିଦାର, ଅନନ୍ତ ସିଦାର ସଦାନନ୍ଦ ଧରୁଆ, ଭରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଗୋଁଣ୍ଡ ସମାଜ ପାଇଁ କଲ୍ୟାଣ ମଣ୍ଡପ ନିମନ୍ତେ ଦେଉଳି ଗ୍ରାମ ର ଦୁର୍ଯ୍ୟୋଧନ ଧରୁଆ ପତ୍ନୀ ଶାଖା ଧରୁଆ ୧୦ ଡେସିମିଲ ଜମି ଦାନ କରିବାକୁ ଘୋଷଣା କରିଥିଲେ l ଉଭୟ ପତି ପତ୍ନୀ ଙ୍କୁ ଉପଢୌକନ ଦେଇ ସମାଜ ତରଫରୁ ସମ୍ମାନିତ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଭଲ ନମ୍ବର ରଖି ପାସ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମାଜ ତରଫରୁ ମାନ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା l ଜିଲ୍ଲା ପ୍ରଚାର ସଚିବ ରଘୁନନ୍ଦନ ଦେଓ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

Leave A Reply

Your email address will not be published.