ବାଣପୁର(ସେକ୍ କୌସର):ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ଜନ୍ମଜୟନ୍ତୀ ଉତ୍ସବ ଜନ୍ମସ୍ଥାନ ବାଣପୁର ସ୍ଥିତ କୁମାରାଙ୍ଗ ଗ୍ରାମରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁମାର ପାଠାଗାର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା।
ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭବାନୀ ଶଙ୍କର ମହାପାତ୍ର, ବାଳମୁକୁନ୍ଦ ଦାସ ଓ କର୍ନେଲ ଶ୍ରୀକାନ୍ତ ମହାପାତ୍ର ଯୋଗଦେଇଥିଲେ। ଅନୁରୂପ ଭାବେ ସମ୍ମାନିତ ଅତିଥି ଭାବେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ପ୍ରଧାନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଯୋଗଦେଇଥିଲେ।ଏହି ଅବସରରେ ମୁଖିଅ ଅତିଥି ଶ୍ରୀ ମହାରଣାଗୋଦାବରୀଶ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ସହ ଓଡିଶାର ଗଠନ ଓ ବିକାଶରେ ତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଅନ୍ଯ ଅତିଥି ମାନେନଶ୍ରୀ ମହାପାତ୍ର ନିଆଁଖୁଣ୍ଟା ଭାବେ ସାରା ରାଜ୍ୟରେ ପରିଚିତ ଥିଲେ। ସେ ଏକାଧାରରେ ଜଣେ କାଳଜୟୀ ଲେଖକ, କବି ଓ ସମାଲୋଚକ ଥିଲେ। ତାଙ୍କରି ଦ୍ୱାରା ପ୍ରକାଶିତ ପତ୍ରିକା ‘ନିଆଁଖୁଣ୍ଟା’ ସାରା ରାଜ୍ୟରେ ଚହଳ ପକାଇଥିଲା ବୋଲି ମତ ଦେଇଥିଲେ ।ଶ୍ରୀ ମହାପାତ୍ରଙ୍କ ସ୍ମୃତି ସ୍ୱରୂପ କୁମାର ପାଠାଗାରର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେ ନେଇ ସରକାରୀ ସ୍ତରରେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରତିଶୃତି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.