ଭଞ୍ଜନଗର ରେ ପାଳିତ ହେଲା, ବରିଷ୍ଠ ନାଗରିକ ଦିବସ।

0

ଭଞ୍ଜନଗର / ଉଦୟନାଥ ପଣ୍ଡା: ଭଞ୍ଜନଗର ସହରର ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତିକ ବୃଦ୍ଧ ଦିବସ ପାଳିତ ହୋଇଛି।

ଆଜି ୨୦୨୩ ଅକ୍ଟୋବର ୧ ତାରିଖ ଆନ୍ତର୍ଜାତିକ ବୃଦ୍ଧ ଦିବସ ଅବସରରେ ଭଞ୍ଜନଗର ଖାଲାସିସାହି ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ନିକଟରେ ଅବସ୍ଥିତ ଘୁମୁସର ବରିଷ୍ଠ ନାଗରିକ ମଞ୍ଚରେ, ଅନେକ ମାନ୍ୟଗଣ୍ୟ ବରିଷ୍ଠ ସଦସ୍ୟ ଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସଭାପତିତ୍ବ ରୁପେ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଯୋଗଦେଇଥିଲେ। ଏବଂ ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ, ଭଞ୍ଜନଗର ଥାନାଧିକାରୀ ଶ୍ରୀଯୁକ୍ତ ଭଗବାନ୍ ପୂଜାରୀ। ୧୯୯୧ ସାଲ୍ ରୁ ବିଶ୍ଵର ପ୍ରତ୍ୟେକ ଦେଶ ପାଳନ କରିଆସୁଛନ୍ତି , ଏହି ମହନୀୟ ବୃଦ୍ଧ ଦିବସ। ସେଥିପାଇଁ ସେ ଏହି ବିଷୟରେ ସମ୍ୟକ୍ ସୁଚନା ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ପାଇଁ ଆମ ସରକାର ଏକ ଜାତୀୟ ଆଇନ ୨୦୦୭ ସାଲ୍ ଠାରୁ ପ୍ରଣୀତ କରିଅଛନ୍ତି। ସେହି ଆଇନକୁ ପାଥେୟ କରି ରାଜ୍ୟ ସ୍ତରରେ ଓଡ଼ିଶା ସରକାର ୨୦୧୬ ରେ ସେ ଆଇନ ପ୍ରଣୀତ କରିଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ସେଇ ୨୦୧୬ ରେ ପ୍ରଣିତ ହୋଇଥିବା ଆଇନ ଆଧାରରେ ବରିଷ୍ଟ ନାଗରିକ ମାନଙ୍କୁ ରାଜ୍ୟ ସରକାର ସୁବିଧା ସୁଯୋଗ ଦେବାରେ ଧ୍ୟାନ ଦେଇପାରୁ ନାହାନ୍ତି ବୋଲି,ସଭାର ସଭାପତି କ୍ଷୋଭ ପ୍ରକାଶ କରିଥଲେ। ଆଜିର ଏହି ଆନ୍ତର୍ଜାତିକ ବୃଦ୍ଧ ଦିବସ କୁ ଜିଲ୍ଲା ସ୍ତରୀୟ ଛତ୍ରପୁର ଠାରେ ପାଳନ କରାଯାଉଥିଲେ ସୁଧା, ଏଥିରେ ଭଞ୍ଜନଗର ବରିଷ୍ଟ ନାଗରିକ ମଞ୍ଚକୁ ଯୋଗଦାନ କରିବା ପାଇଁ ସୁଯୋଗ ନ ଦେବା ରୁ ସଭାପତି ଅତ୍ୟନ୍ତ ଦୁଃଖର ବିଷୟ କହି କ୍ଷୋଭ ପ୍ରକାଶ କରିଥଲେ। ଏହି ସଭାରେ ଅନେକ ବିଶିଷ୍ଟ ବରିଷ୍ଠ ସଦସ୍ୟ ନିଜର ମତ ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀ ଲିଙ୍ଗରାଜ ଜେନା, ଶ୍ରୀ ବିଜୟ କୁମାର ପାତ୍ର, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ବାଳକୃଷ୍ଣ ବେହେରା, ଶ୍ରୀ ହରେକୃଷ୍ଣ ସାହୁ, ଶ୍ରୀ ସୁରେନ୍ଦ୍ର ବେହେରା ଓ ଶ୍ରୀ ପ୍ରତାପ ଚନ୍ଦ୍ର ସାହୁ। ଆଜିର ସଭାର ଭାଗ୍ୟଶାଳି ବିଜେତା ଥିଲେ ଶ୍ରୀ ରବିନାରାୟଣ ସାମନ୍ତ। ସଭା ଶେଷରେ ଶ୍ରୀ ମଧୁସୂଦନ ସ୍ଵାଇଁ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.