ଲୋଇସିଂହା, (ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ଆଜି ବିଜେପି ପକ୍ଷରୁ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା l ଗତକାଲି ବିଧାନସଭା ଗୃହରେ ମାନ୍ୟବର ବାଚସ୍ପତି ଙ୍କ ପୋଡ଼ିଅମ୍ ଉପରକୁ ଡାଲି ଫିଙ୍ଗି ଥିବା ଅଭିଯୋଗ ରେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଙ୍କୁ ବିଧାନସଭା ଗୃହରୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ଦଳ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି l ଏହି ଜାତୀୟ ରାଜପଥ ଅବରୋଧ କାର୍ଯକ୍ରମରେ ଜ୍ୟୋତିର୍ମୟ ରାଉତ, ଦେବିଲାଲ୍ ମିଶ୍ର, ସୁନୀଲ ଦାସ, ଭୂତନାଥ ନାଏକ, ଗୌରାଙ୍ଗ ନାଏକ, ସୁରେଶ ମହାଲିଙ୍ଗ, ସରୋଜ ସାହୁ, ବାହାଦୁର ନନ୍ଦ, ଲେକୃ ତ୍ରିପାଠୀ, ଜମିଦାର ପାତ୍ର, ଲଳିତ ପଧାନ, ରାଜୁ ସାହୁ, ପିତାମ୍ବର କଣ୍ଟା, ଖଗେଶ୍ୱର ନାଗ, ଉମେଶ ପଟେଲ, ସୁଦିପ ସା, ଅମରଜିତ ପଟେଲ ସହ ବିଜେପି କର୍ମୀ ଉପସ୍ଥିତ ଥିଲେ l । ତା ସଙ୍ଗେ ସଙ୍ଗେ ଶତାଧିକ ବିଜେପି କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି।ବିରୋଧୀ ଦଳ ନେତାଙ୍କ କଣ୍ଠରୋଧ କରା ଯାଇଛି କହି ସେମାନେ ବିଭିନ୍ନ ସ୍ଲୋଗାନ ଦେବାସହ ନାରାବାଜି ଦେଇ ରାସ୍ତା ଅବରୋଧ କରିଛନ୍ତି l ଏହି ଆନ୍ଦୋଳନରେ ଜାତୀୟ ରାଜପଥ ରେ ଯାନବାହାନ ଚଳାଚଳ ଠପ ହୋଇଥିବା ଦେଖିବାକୁ ମିଳିଛି l
Sign in
Sign in
Recover your password.
A password will be e-mailed to you.