କୁଚିଣ୍ଡା,୨୯l୯ (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ବିଜେଡ଼ିର ନୂତନ ସାଧାରଣ ସମ୍ପାଦକ ଭାବେ ସଞ୍ଜୟ ମିଶ୍ର ମନୋନୀତ ହେବା ପରେ ଆଜି ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ବର୍ଦ୍ଧିତ କରିଛନ୍ତି l କୁଚିଣ୍ଡା ବିଜେଡ଼ି ଟାଣୁଆ ନେତା ସ୍ବର୍ଗତ ଦୀନବନ୍ଧୁ ଅଗ୍ରୱାଲ ଥିବା ବେଳେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଅନେକ କାମ କରିଛନ୍ତି ଶ୍ରୀ ମିଶ୍ର ଏବେ ରାଜ୍ୟ ବିଜେଡ଼ି ପକ୍ଷରୁ ସମ୍ବଲପୁର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ସଞ୍ଜୟ ମିଶ୍ରଙ୍କୁ ମନୋନୀତ କରାଯାଇଛି l ଏ ନେଇ ଆଜି ବକ୍ସମା ପଞ୍ଚାୟତ ବିଜେଡ଼ି କାର୍ଯ୍ୟକର୍ତ୍ତା ମାନେ ଲାଡ଼ ସ୍ଥିତ ବାସ ଭବନକୁ ଯାଇ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ସମୟରେ ବକ୍ସମା ପଞ୍ଚାୟତ ବିଜେଡ଼ି ସଭାପତି ବିକାଶ ପୃଷେଠ, ସରପଞ୍ଚ ସରସ୍ୱତୀ ଠାକୁର, ହୁମସିନୀ ଠାକୁର ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ଦଳକୁ ଆହୁରି ସୁଦୃଢ଼ କରିବା ସହ ସମସ୍ତ କର୍ମୀଙ୍କୁ ଏକାଠି ନେଇ କାର୍ଯ୍ୟ କରିବେ ବୋଲି ମନୋନୀତ ହେବା ପରେ ଶ୍ରୀ ମିଶ୍ର କହିଛନ୍ତି l
Sign in
Sign in
Recover your password.
A password will be e-mailed to you.