ବାଲୁଗାଁ ଏନଏସିରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳନ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନା

0 2

ଚିଲିକା/ଖୋର୍ଦ୍ଧା(ସେକ୍ କୌସର): ଆଜି ଓଡିଶା ସରକାରଙ୍କ ଗୃହ ନିର୍ମାଣ ନଗର ଓ ଉନ୍ନୟନ ବିଭାଗ ତରଫରୁ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନାର ଆୟୋଜିତ ହେଇଥିଲା | ଏହି ସଭା ରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ, ଭାଇସ ଚେୟାରମ୍ୟାନ ଶ୍ରୀ ଭଗବାନ ପ୍ରଧାନ, ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ଶ୍ରୀ ଜୟନ୍ତ ସ୍ୱାଇଁ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀ ଲଷ୍ମୀଧର ସେଠି, ଶ୍ରୀମତୀ ଅନିତା ସ୍ୱାଇଁ ଏବଂ ଏନଏସି ର ଅନ୍ୟ କାଉନସିଲର,ସମସ୍ତ ସଦସ୍ୟ, ସଫେଇ କର୍ମଚାରୀ ଉପସ୍ଥିତ ଥିଲେ |

ସମସ୍ତ ସଫେଇ କର୍ମଚାରୀଙ୍କ ଦ୍ୱାରା ବାଲୁଗାଁ ଏନଏସି ଆଜି ସ୍ୱଚ୍ଛ ଓସୁନ୍ଦରରେ ପରିଣତ ହୋଇଛି |ସମସ୍ତସଫେଇ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ବାଲୁଗାଁ ଏନଏସି ଆଗକୁ କିପରି ଅଧିକ ସ୍ୱଚ୍ଛ ଓ ସୁନ୍ଦର ହେଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ |

Leave A Reply

Your email address will not be published.