ଗଣେଶ ପୂଜାରେ ସାଂସ୍କୃତିକ ସନ୍ଧ୍ୟା; ଭକ୍ତିପୂର୍ଣ୍ଣ ଭଜନରେ ଝୁମିଲେ ଦର୍ଶକ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଣେଶ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଉସ୍ତପଲ୍ଲୀ ଗ୍ରାମରେ ଜୟ ମାଆ ସନ୍ତୋଷୀ ଯୁବକ ସଂଘ ଦ୍ୱାର ଅନୁଷ୍ଠିତ ଗଣେଶ ପୂଜାରେ ଭଜନ ସନ୍ଧ୍ୟା ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଯୁବକ ସଂଘ ସଭାପତି ଶକ୍ତିବ୍ରତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁ ଅଶୋକ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ଭଞ୍ଜନଗରର ସ୍ଵସ୍ତିସିଦ୍ଧି ଭଜନମଣ୍ଡଳୀର କଳାକାର ମାନେ ଭକ୍ତିପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ I ଅନୁଷ୍ଠାନର କଣ୍ଠଶିଳ୍ପୀ ମମତା ମହାପାତ୍ର, ମୋନାଲିସା ସାବତ,ବିଦୁସ୍ମିତା ସାବତ,ତବଲା ବାଦକ ଲକ୍ଷ୍ମଣ ସାହୁ, ଉପେନ୍ଦ୍ର କୁମାର ପତି, ସ୍ୱାଧୀନ ପରିଡ଼ାଙ୍କ ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I କାର୍ଯ୍ୟକ୍ରମରେ ଅତିଥି ରୂପେ ବାସୁଦେବ ପାଣି ପଂଚାୟତ ସଭାପତି ଉମା ନାୟକ, ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ଗୋବରା ସମିତିସଭ୍ୟ ବିଭୁପାଦ ଜେନା,ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ,ଯୁବ ସମାଜସେବୀ ସରୋଜ ସ୍ୱାଇଁ,ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ଅନୁଷ୍ଠାନ ସଦସ୍ୟ ଗଗନ ଲେଙ୍କା, ଭଞ୍ଜ ପରିଡ଼ା, ଶିବରାମ ପ୍ରଧାନ, ସତ୍ୟବାନ୍ ପାତ୍ର,ପ୍ରକାଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉସ୍ତପଲ୍ଲୀ ଜୟ ମାଆ ସନ୍ତୋଷୀ ଯୁବକ ସଂଘର ସଦସ୍ୟ ମାନେ ମହା ଆଡମ୍ବରରେ ଗଣେଶ ପୂଜା କରୁଥିବା ବେଳେ ଶିଳ୍ପୀ ଭଗବାନ ପ୍ରଧାନଙ୍କ ଦ୍ୱାରା ନିର୍ମିତ ଆକର୍ଷଣୀୟ ଗଣେଶ ମୂର୍ତ୍ତୀ ଏବଂ ଅନୁଷ୍ଠାନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି I ଅନୁଷ୍ଠାନ ସମ୍ପାଦକ ସୁନୀଲ କୁମାର ଲେଙ୍କା ଏବଂ ଉପସଭାପତି ଭଗବାନ ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Leave A Reply

Your email address will not be published.