ବାଣପୁର/ଖୋର୍ଦ୍ଧା:(ସେକ୍ କୌସର): ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ବିଗତ ପାଞ୍ଚ ବର୍ଷ ଧରି ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଆଜି ସକାଳ ସମୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ବାଣପୁର ବିସରପାଟଣା ଛକ ଠାରେ ଚା ଖଟିରେ ନିମଗ୍ନ ଥିବା ସମୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ବିସର ପାଟଣା ଛକ ଠାରେ ଅଣ୍ଡା ମାଡ଼ର ଶିକାର ହୋଇଥିବା ସୂଚନା ମିଳିଛି l ବିଗତ କିଛିଦିନ ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଚା ଖଟିରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ତଙ୍କ ସହିତ ମିଶି ବିଜେଡି ସଂଗଠନକୁ ସୁଦୃଢ କରିବାକୁ ଲାଗିଥିବା ବେଳେ ତାଙ୍କୁ ବିରୋଧ ପଦର୍ଶନ କରାଯାଇଛି । ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ସହିତ ଅଣ୍ଡା ମାଡ଼ ହୋଇଥିବାର ଜଣାଯାଇଛି । ତେବେ ଘଟଣା ସ୍ଥଳରେ ସପକ୍ଷ ଓ ବିପକ୍ଷ ଦୁଇଗୋଷ୍ଠୀ ମଧ୍ୟରେ ଧସ୍ତା ଧସ୍ତି ହେବାସହ ସାଧାରଣ ଜନତା ଆହତ ହେବା ଯୋଗୁଁ ଉତେଜନା ପରିସ୍ଥିତି ଲାଗିରହିଛି । ଜଗନ୍ନାଥ ସାହୁ ନାମକ ଜଣେ ଯୁବକ ଆହତ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.