ଜେଏସ୍‍ଡବ୍ଲୁ୍ୟ ଜଜାଙ୍ଗ ଲୁହା ପଥର ଖଣିକୁ ଓଏସ୍‍ପିସିବି ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର

0

ପ୍ରଭାବୀ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଏବଂ ଖଣି ବର୍ଗରେ ମଜଭୁତ ପରିବେଶ ପରିଚାଳନା କାର୍ଯ୍ୟାଭ୍ୟାସ ନିମନ୍ତେ ପୁରସ୍କୃତ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଷ୍ଟିଲ୍‍ କମ୍ପାନୀ ତଥା ୨୩ ବିଲିଅନ ଆମେରିକୀୟ ଡଲାର ଜେଏସ୍‍ଡବ୍ଲୁ୍ୟ ଗ୍ରୁପ୍‍ର ଅଂଶ ବିଶେଷ ଜେଏସ୍‍ଡବ୍ଲୁ୍ୟ ଷ୍ଟିଲ୍‍କୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‍ପିସିବି)ର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମ୍ମାନଜନକ ‘ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର’ ପ୍ରଦାନ କରାଯାଇଛି । ଜେଏସ୍‍ଡବ୍ଲୁ୍ୟର ସମସ୍ତ ପରିବେଶଗତ ପ୍ରୟାସ ତାହାର ଜଜାଙ୍ଗ ଲୁହା ପଥର ଖଣିରେ ପୂର୍ଣ୍ଣାଙ୍ଗ ପରିବେଶ ପରିଚାଳନା କାର୍ଯ୍ୟାଭ୍ୟାସ କୈନ୍ଦ୍ରିକ ହୋଇଛି, ଯାହା ପରିଚାଳନାଗତ ଉକ୍ରର୍ଷ ବଜାୟ ରଖିବା ସହିତ ପରିବେଶକୁ ସୁରକ୍ଷିତ ରଖିବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।

ଜେଏସ୍‍ଡବ୍ଲୁ୍ୟ ଷ୍ଟିଲ୍‍ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ତାହାର ଉଲ୍ଲେଖନୀୟ ପ୍ରୟାସ ନିମନ୍ତେ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି । ନିଜର ଖଣି କାର୍ଯ୍ୟକଳାପରେ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଏବଂ ମଜଭୁତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପଗୁଡିକ ସଫଳତାର ସହିତ କାର୍ଯ୍ୟକାରୀ କରିବା ଦିଗରେ ଏହା କମ୍ପାନୀର ଏକାଗ୍ର ପ୍ରତିବଦ୍ଧତାର ନିଦର୍ଶନ ହୋଇଛି । ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଓଏସ୍‍ପିସିବିର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଜେଏସ୍‍ଡବ୍ଲୁ୍ୟ ଷ୍ଟିଲ୍‍ ଲିମିଟେଡକୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶସ୍ତି ପୁରସ୍କାର ପ୍ରଦାନ କରିଥିଲେ ।

ପରିବେଶ ପ୍ରତି ଜେଏସ୍‍ଡବ୍ଲୁ୍ୟ ଷ୍ଟିଲ୍‍ ନିରବଚ୍ଛିନ୍ନ ଭାବରେ ଉଲ୍ଲେଖନୀୟ ଉତ୍ସର୍ଗୀକୃତ ଭାବ ପ୍ରଦର୍ଶନ କରିଆସିଛି ଏବଂ ଏହା ନିଜର ଖଣି କାର୍ଯ୍ୟକଳାପଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ଅଗ୍ରଣୀ ରହିଛି । ପରିବେଶଗତ ଦାୟିତ୍ୱ ସହିତ ଶିଳ୍ପ କ୍ଷେତ୍ରର ଉକ୍ରର୍ଷକୁ ସମ୍ମିଶ୍ରିତ କରିବା ନିମନ୍ତେ କମ୍ପାନୀ ନିଜର ଲକ୍ଷ୍ୟରେ ଅବିଚଳିତ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସଂରକ୍ଷଣ ଦିଗରେ କମ୍ପାନୀର ସକରାତ୍ମକ ଆଭିମୁଖ୍ୟ ଏକ ଦୀର୍ଘସ୍ଥାୟୀ ଏବଂ ପରିବେଶ ଦୃଷ୍ଟିରୁ ସଜାଗ ଭବିଷ୍ୟତ ନିର୍ମାଣ ନିମନ୍ତେ ନିରନ୍ତର ଭାବରେ ପଥ ସୁଦୃଢ କରୁଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ଜଙ୍ଗଲ ବିଭାଗର ଚିଫ୍‍ କଞ୍ଜରଭେଟର ଏବଂ ହେଡ୍‍ ଅଫ ଫରେଷ୍ଟ ଫୋର୍ସ ଡଃ.ଦେବୀଦତ୍ତ ବିଶ୍ୱାଳ, ଆଇଏଫଏସ୍‍, ଓଏସ୍‍ପିସିବିର ସଦସ୍ୟ ସଚିବ ଡଃ.କେ.ମୁରୁଗେସନ୍‍ ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କର ଉପସ୍ଥିତି କାର୍ଯ୍ୟକ୍ରମର ଗୁରୁତ୍ୱ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ସହିତ ଏକ ଦାୟିତ୍ୱସମ୍ପନ୍ନ ପରିବେଶ ପରିଚାଳନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା ।

Leave A Reply

Your email address will not be published.