ବାଲୁଗାଁ/ଖୋର୍ଦ୍ଧା:- (ସେକ୍ କୌସର) ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଉତ୍ତରକ୍ୟାବିନ ନିକଟ ଟ୍ରାକ କଡ଼ରେ ଏକ ମୃତ ଦେହକୁ ବାଲୁଗାଁ ଆରପିଏଫ ଉଦ୍ଧାର କରିଛି।ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଲୋକ ଉକ୍ତ ଷ୍ଟେସନ ଟ୍ରାକ କଡ଼ରେ ଏକ ମୃତ ଦେହ ପଡିଥିବାର ଦେଖି ବାଲୁଗାଁ ଆରପିଏଫକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।ପ୍ରାଥମିକ ତଦନ୍ତରୁ ମୃତକ ଜଣକ କଟକ ଅଞ୍ଚଳର ମନୋରଞ୍ଜନ ସ୍ବାଇଁ (୩୭) ବୋଲି ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବା ସହ ଘଟଣା ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଥିବା ଖୋର୍ଦ୍ଧା ରୋଡ଼ ଜିଆରପି ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post