ବେଲଗୁଣ୍ଠାରେ ସମୂହ ଗଣେଶ ଭସାଣୀ ଉତ୍ସବ ପ୍ରସ୍ତୁତି ବୈଠକ

0

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆସନ୍ତା ସେପ୍ଟେମ୍ବର 26 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ସହରରେ ଅନୁଷ୍ଠିତ ହେବ ସମୂହ ଗଣେଶ ଭସାଣୀ ଉତ୍ସବ I ଏନେଇ ଏକ ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏନଏସି କାଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଅତିଥି ରୂପେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଏସ୍ଆଇ ଅଭୟ କୁମାର ପ୍ରଧାନ,ଏସ୍ଆଇ ନାରାୟଣ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ,କାଉନସିଲର୍ ଭାସ୍କର ପାତ୍ର,ଦିଲ୍ଲୀପ କୁମାର ଆଚାରୀ, ବିଶ୍ଵନାଥ ଦଳାଇ, କାଉନସିଲର୍ ପ୍ରତିନିଧି ରଞ୍ଜିତ୍ ସାମଲ,ସନ୍ତୋଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳିତ ଭସାଣୀ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଭସାଣୀ ଉତ୍ସବରେ ବେଲଗୁଣ୍ଠାର ଧୋବା ସାହି,କୋକଲୁଣ୍ଡା, ଆଳିଆ ସାହି, ରେଡୀକା ସାହି, ଗୋଲା ସାହି, ରଙ୍ଗଣୀ ପାଟଣା,ଖଦାଳ ସାହି, ବାଳିକା ଉଚ୍ଚ ବିଦ୍ୟାଳୟ ଛକ, ଶୁଣ୍ଢୀ ସାହି, ଧନିଜା ପଲ୍ଲୀ ଆଦି ଦଶଟି ମେଢ ଅଂଶ୍ରଗହଣ କରିବେ I ଏନେଇ ଆଜି ଲଟେରୀ ମାଧ୍ୟମରେ କ୍ରମ ସ୍ଥିର କରାଯାଇଛି I ଆସନ୍ତା 26 ତାରିଖ ଅପରାହ୍ଣ ପାଞ୍ଚ ଘଣ୍ଟା ସୁଦ୍ଧା ଉପରୋକ୍ତ ଦଶଟି ସାହିର ମେଢ ବଡଦାଣ୍ଡରେ ପହଞ୍ଚିବା ପରେ ସେଠାରୁ ସମୂହ ଭସାଣୀ ଶୋଭାଯାତ୍ରା ଆରମ୍ଭ ହେବ I ଏହି ଶୋଭାଯାତ୍ରା ବଡ଼ଦାଣ୍ଡ, ବାଙ୍କବଜାର,ହାଟପଦା, ମେନ୍ ରୋଡ଼୍ ଦେଇ ରାତି ଦଶ ଘଣ୍ଟା ତିରିଶି ମିନିଟ୍ ସୁଦ୍ଧା ବାଲିଡ଼ି ସ୍କୁଲ୍ ଠାରେ ସମାପ୍ତ ହେବ I ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଥାନା ଅଧିକାରୀ ବନବିହାରୀ ପ୍ରଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ I ସାମ୍ବାଦିକ ଶିବରାମ ଚୌଧୂରୀ ଧନ୍ୟବାଦ ଜ୍ଞାପନ କରିଥିଲେ I

 

Leave A Reply

Your email address will not be published.