ଚୋରା ମଦ ଦୋକାନ ଉପରେ ନୂତନ ଡିଏସପିଙ୍କ ଚଢ଼ାଉ ଜାରି

0

ସାରସକଣା:: ଶାସକ ପ୍ରଶାସକ ମୟୂରଭଂଜ ଜିଲ୍ଲାର ସାରସକଣା ବ୍ଲକ ଝାରପୋଖରିଆ ପୋଲିସ ଚୋରା ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରିଛି। ଏହା ଉପରେ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି | ତେବେ ଜଣ କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣକୁ ଥାନାରୁ ଜାମିନ ରେ ଛଡାଯାଇଛି | ଡି .ଏସ. ପି .ସୁଚିଶ୍ମିତା ଦାସ ଝାରପୋଖରିଆ ଥାନାକୁ ଟ୍ରେନିଂ ରେ ଆସିଥିଲା ବେଳେ ଏସ .ଆଇ .ସୁଧାଂଶୁ ଶେଖର ସେଠୀ ଏବଂ ମୋନାଲିସା ବେହେରା ଉପସ୍ଥିତ ଥାଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅତର୍କିତ ଭାବରେ ଯୋକା ଗ୍ରାମର ସୁରେନ୍ଦ୍ର ନାଥ ସାହୁ ଏବଂ ବିନୋଦ ପ୍ରତିହାରୀ ଉଭୟଙ୍କ ଦୋକାନ ଉପରେ ଚଢ଼ାଉ କରି ଯଥାକ୍ରମେ ୯ ଲିଟର ୮ ୦୦ ମିଲି ଲିଟର ଓ ଅନ୍ୟ ଜଣକ ୭୪ ଲିଟର ଚୋରା ବିଦେଶୀ ମଦ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନା କେସ ନମ୍ବର ୨୨୭/୨୩ ଓ କେଶ୍ ନମ୍ବର ୨୩୦/୨୩ ରେ ଏକ ମାମଲା ରୁଜୁ କରି ଥିଲେ। ତେବେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ବିନୋଦ ପ୍ରତିହାରୀ ଙ୍କୁ କୋର୍ଟ ଚାଲାଣ କରି ଥିବା ବେଳେ ୨୦ ଲିଟର ରୁ କମ୍ ମଦ ଜବତ ହୋଇ ଥିବାରୁ ସୁରେନ୍ଦ୍ର ନାଥ ସାହୁ ଙ୍କୁ ଗିରଫ ପରେ ଥାନାରେ ଜାମିନ ଆକାରରେ ରେ ଛଡ଼ା ଯାଇଛି ବୋଲି ଥାନଧିକାରୀ ସୂଚନା ଦେଇଛନ୍ତି । ତେବେ ଅତର୍କିତ ଚଢ଼ାଉ ରେ ଚୋରା ମଦ ବେପାରୀ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.