ଅଗ୍ନିବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।

0

କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : ଗତ 20 ତାରିଖ ଭୋର ପ୍ରାୟ 4 ଘଣ୍ଟିକା ସମୟରେ କାଉପଡା ପଞ୍ଚାୟତ ପରବାରି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନକାଣ୍ଡ ଏତେ ଭୟାବହ ଥିଲା ଯେ ପରିବାର ଲୋକେ ଜାଣିବା ପୂର୍ବରୁ ସବୁ କିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା l ଏପରି କି ସେ ପିନ୍ଧି ଥିବା ଲୁଗା ବ୍ୟତୀତ ଆଉ କିଛି ନଥିଲା ।ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସାହାଯ୍ୟର ହାତ ବଢ଼ାଇବାକୁ ସ୍ଥିର କରିଥିଲା l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଓ ସମସ୍ତ ସଦସ୍ୟ ମାନେ ଗୃହ ଉପକରଣ ଜିନିଷ ସହିତ କିଛି ଖାଦ୍ୟ ସାମଗ୍ରୀ ଧରି ସେହି ଅସହାୟ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ସାହାଯ୍ୟର ହାତ ବଢ଼ାଇ ଥିଲେ । ନିଜ କର୍ମ ଉପରେ ବିଶ୍ୱାସ କରୁଥିବା ଟ୍ରଷ୍ଟର ସମସ୍ତ ସଦସ୍ୟ ପୀଡ଼ିତ ପରିବାରଙ୍କୁ ସାହାଯ୍ୟ କରି ପରିସ୍ଥିତି ସୁଧୁରିବା ପରେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ଭାଷାରେ ବିପଦ ବେଳେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସବୁ ବେଳେ ସବୁ ସମୟରେ ରହିଛି ରହିବ ମଧ୍ୟ। ଏହି ମହାନ କର୍ମ ରେ ସଭାପତି ଦମନ ମହାନ୍ତିଙ୍କ ସମେତ ଉପ ସଭାପତି ରଶ୍ମି ରଞ୍ଜନ ବାରିକ,ସନ୍ତୋଷ ବେହେରା, କେଦାର ସ୍ୱାଇଁ,ବିଭୁପ୍ରସାଦ ସାହୁ, ଦିଲ୍ଲିପ କୁମାର ନାଥ, କାଳନ୍ଦି ମଲ୍ଲିକ,ତପନ କୁମାର ନାଥ, ବନମାଳୀ ପତ୍ରୀ,ଜୟନ୍ତ ମଲ୍ଲିକ, ହରିପଦ ପଣ୍ଡା, ସୁନିଲ ଦାସ ,ବିନୋଦ ପଣ୍ଡାଙ୍କ ସମେତ ସ୍ଥାନୀୟ ଲୋକ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.