ଶାନ୍ତି ଶୃଙ୍ଖଳା ସହିତ ମହା ଆଡମ୍ବର ରେ ପାଳିତ ହେଲା ଶ୍ରୀ ଗଣେଶଙ୍କ ପୂଜା ।।।।

0

ସରସକଣା( ଶାସକ ପ୍ରଶାସକ ):: ସାରସକଣା ବ୍ଲକରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା ମହାଆଡମ୍ବର ଏବଂ ସାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇ ଯାଇଛି। ଝାଡ଼ପୋଖରିଆ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ବ୍ରିଗ୍ରେଡ ସୈନିକ ସ୍କୁଲ,ସ୍ଵସ୍ତିକ ଆବାସିକ ମହାବିଦ୍ୟାଳୟ,ସୁବର୍ଣ୍ଣରେଖା ଶିକ୍ଷ୍ୟା ନିକେତନ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶ ଙ୍କୁ ବିଧି ମତରେ ପୂଜା ଅର୍ଚ୍ଚନା କରିଥିଲେ ,ସେହିପରି ସୀମାନ୍ତ ସେନା , ବଣବୁଡ଼ାମରା ସ୍ଥିତ ମାଆ ବନଦେବୀ ଯୁବକ ସଂଘ ଭଳି ବ୍ଲକରେ ଥିବା ବିଭିନ୍ନ କ୍ଳବ୍ ମାନଙ୍କରେ ମହା ଆଡମ୍ବର ସହିତ ନିତିକନ୍ତି ରେ ପୂଜା ଅନୁଷ୍ଠିତ ହୋଇଯାଇଛି। ତେବେ ଝାଡପୋଖରିଆ ଥାନାରେ ଯୋଗ ଦେଇଥିବା ନୂତନ ଭାରପ୍ରାପ୍ତ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ରେ ଏକ ପୋଲିସ୍ ଟିମ୍ ସହିତ ସ୍ଥାନୀୟ ଝାଡ଼ପୋଖରିଆ ବଜାରରେ ଥିବା ସମସ୍ତ ସ୍କୁଲ କଲେଜ ଏବଂ ବିଭିନ୍ନ ପୂଜା ମଣ୍ଡପ କୁ ବୁଲିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ପୂର୍ବକ ପୂଜା ପାଳନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ ଟ୍ରାଫିକ ସମସ୍ୟା ଯେପରି ନହେବ ସେଥି ପ୍ରତି ଦୃଷ୍ଟି ଦେବା ପାଇଁ ପ୍ରତ୍ୟେକ ମଣ୍ଡପ ମାନଙ୍କର କର୍ମକର୍ତ୍ତା ମାନଙ୍କ ସହିତ ମଧ୍ଯ ଆଲୋଚନା କରିଥିଲେ। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.