ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାର ରାଜ୍ୟର ୪୪ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ୧ ଲକ୍ଷ ୫ ହଜାର ୬୦୬ ଜଣ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୩ ହଜାର ୨୮୦ କ୍ଷୁଦ୍ର ନାମମାତ୍ର ଚାଷୀ ରହିଥିବା ବେଳେ ୨୩୨୬ ଜଣ ଭୂମିହୀନ ଚାଷୀ ରହିଛନ୍ତି । ସର୍ବମୋଟ ୨୧ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଥିବା ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଏହି ସମ୍ମିଳନୀରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ବିଷ୍ଣୁପ୍ରସାଦ ସାହୁ, ଏଡିଏ ଲାଲଟେନ୍ଦୁ ମହାପାତ୍ର, ଉଦ୍ୟାନ କୃଷି ଅଧିକାରୀ ଲଳିତ କୁମାର ପଣ୍ଡା, କାଳିଆ ସ୍କିମ୍ ସଂଯୋଜକ ତୀର୍ଥ ପଟ୍ଟନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ଉପସ୍ଥିତ ରହିଥିଲେ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ଅନେକ କାଳିଆ ସହାୟତା ପାଇଥିବା ଚାଷୀ ଭିସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲେ । ଚଳିତ ବର୍ଷ ଅପ୍ରେଲ ମାସରେ ନୟାଗଡ଼ ଜିଲ୍ଲାରେ ୧ ଲକ୍ଷ ୧ ହଜାର ୫୨୯ ଜଣଙ୍କୁ ୨୦ କୋଟି ୩୦ ଲକ୍ଷ ୪୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ନୂଆଖାଇ ଅବସରରେ ପ୍ରଦାନ କରାଯାଇଥିବା ସହାୟତା ରବି ଫସଲ ପାଇଁ ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post