କୁଆଁରଡିହି ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି କୁନି କୁନି ପିଲାମାନଙ୍କ ପାଇଁ ମରଣଯନ୍ତା।

0

ସାରସକଣା ::( ଶାସକ ପ୍ରଶାସକ) -ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଭୂରୁଷଣି ପଂଚାୟତ ର କୁଅଁରଡିହି (ଜମଶୋଲା) ର ଅନଙ୍ଗନ୍ଵାଡି କେନ୍ଦ୍ର ଟି ପାଲଟିଛି ନିସ୍ପାପ କୁନି କୁନି ପିଲା ମାନଙ୍କ ପାଇଁ ମରଣଯନ୍ତା । ଅଙ୍ଗନୱାଡ଼ି କେନ୍ଦ୍ର ଟି ଆଜକୁ ନିର୍ମିତ ର ପ୍ରାୟ ୨୨- ୨୩ ବର୍ଷ ବିତି ଯାଇଥିବା ବେଳେ ଅର୍ଦ୍ଧ ଭଙ୍ଗିତ ହୋଇ କାନ୍ଥ ସବୁ ଫାଟି ଆଁ ହୋଇ ଯାଇଥିବା ଓ ଛାତ ଉପର ରୋଡ ସବୁ ଦେଖା ଯାଉ ଥିବା ଏବଂ ପରିସ୍ରାଗାର ଟି ଭଗ୍ନ ସ୍ତୁପ ଅବସ୍ଥାରେ ପଡ଼ି ରହି ଥିବା ବେଳେ ପାଖରେ ଥିବା କୂଅ ର ଅବସ୍ଥା ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି । ସରକାର ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ଆଦର୍ଶ କେନ୍ଦ୍ର ଭାବରେ ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଉଥିବା ବେଳେ ସାରସକଣା ବ୍ଳକ୍ ର ସମ୍ମନିତ ଶିଶୁ ବିକାଶ ବିଭାଗ ରେ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଉକ୍ତ ବିଭାଗ ରେ ଥିବା ସିଡିପିଓ ମହୋଦୟା ଭାନୁମତୀ ବେହେରା ଦୀର୍ଘ ଦିନ ରହିଆସୁଥିବା ବେଳେ ଟଙ୍କା ନାମରେ ଅନେକ ଅଭିଯୋଗ ମଧ୍ଯ ଆସିଛି ପ୍ରଶାସନ କାହିଁକି ଚୁପ୍ ବସିଛି ତାହା ଅଭିଭାବକ ମନରେ ପ୍ରଶ୍ନ ବଚି ସୃଷ୍ଟି କରୁଛି ।ସୂଚନା ମୁତାବକ ବାରମ୍ବାର ବ୍ଳକ୍ ର ସି ଦି ପି ଓ ଏବଂ ବ୍ଳକ୍ ର ଯନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇ ଥିଲେ ହେଁ ବର୍ତମାନ ସୁଦ୍ଧା କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ ।ପ୍ରଶାସନ ଶୀଘ୍ର ଯଦି ଶୁ ଦୃଷ୍ଟି ନ ନା ପକାନ୍ତି ତେବେ ଆଗାମୀ ଦିନରେ ଦୁର୍ଘଟଣା ଘଟିଲେ ଏଥିରେ ସରକାର ହି ଦାୟୀ ରହିବେ ବୋଲି ଆଞ୍ଚଳିକ ଲୋକ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ ।

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.