ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପମାନଙ୍କରେ ଧୁମ୍ ଧାମରେ ଗଜାନନଙ୍କ ପୂଜା !!!

0

ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ବେବସାୟିକ ଅନୁଷ୍ଠାନ ଓ କ୍ଲବ ପୂଜା ମଣ୍ଡପ ମାନଙ୍କରେ ଧୁମ୍ ଧାମର ସହିତ ଚାଲିଛି ଗଜାନନ ଙ୍କ ପୂଜା । ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ଅଗ୍ରପୂଜ୍ୟ ଶ୍ରୀ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସାଜସଜ୍ଜା, ମୂର୍ତ୍ତି, ଆଲୋକକରଣ ନେଇ ସାହି, କ୍ଲବ, ଅନୁଷ୍ଠାନ ମଧ୍ୟରେ ଦେଖିବାକୁ ମିଳିଛି ଗଜାନନ ଙ୍କ ପୂଜା । ଚଳିତ ବର୍ଷ ସମଗ୍ର ରାଜ୍ୟରେ ଶ୍ରୀ ଗଣେଶ ପୂଜା ମହା ଆଡମ୍ୱରରେ ପାଳିତ ହେଉଛି । ବିଭିନ୍ନ ସ୍ଥାନ ମାନଙ୍କରେ ସାଜ ସଜା ଓ ଗଣେଶ ପୂଜାକୁ ନେଇ ବିଭିନ୍ନ ପ୍ରତିଷ୍ଠାନ ମାନଙ୍କରେ ପ୍ରତିଯୋଗିତା ଲାଗି ରହୁଛି ।ଖୋର୍ଦ୍ଧାଜିଲ୍ଲା,ବାଣପୁର ଚିଆଙ୍କ ସାହିର ଗୋପୀନାଥ ଦେବ ୟୁଥ କ୍ଲବ, ପାର୍କ ବଜାର ସାହିର ଚରଣ ଚକାଦେବ ବଣିଜ ସଂଘ, ଜଗନ୍ନାଥ ପୁରର ସନ୍ଧ୍ୟା ସାଥୀ କ୍ଲବ, ପାଇକ ସାହି, ବିଷର ପାଟଣାର ନିୟୁ ଷ୍ଟାର କ୍ଲବ ବାଲୁଗାଁ ପାଟଣା ସାହିର କଣ୍ଢେଇ କ୍ଲବ ଓ ଚକ୍ରଧରପୁର ସାହିର ଏ,ଆର,ସି କ୍ଲବରେ ଧୁମ୍ ଧାମର ସହିତ ଚାଲିଛି ଗଣେଶ ପୂଜା l ବାଣପୁର ବାଲୁଗାଁ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପ ଆଲୋକ ମାଳା ସହିତ ସୁସଜ୍ଜିତ ମେଢ଼ ଏବଂ ମୂର୍ତ୍ତୀ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭାବନାତତ୍ବକ ମୋହୋଲ ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.