ହିଞ୍ଜିଳିକାଟୁ:ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ସେରଗଡ଼ ବ୍ଲକ ଓ ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନରେନ୍ଦ୍ରପୁର ଗ୍ରାମର ବାଞ୍ଚା ପ୍ରଧାନଙ୍କ ପୁଅ ଟୁଲୁ ପ୍ରଧାନ( ୩୦) ଆଜି ଅପରାହ୍ନରେ ବିଲକୁ କୌଣସି କାମରେ ଘରୁ ବାହାରିଥିଲେ । ନିଜ ବିଲରେ କାମ କରୁଥିବା ସମୟରେ ହଠାତ ସାପ କାମୁଡ଼ା ର ଶିକାର ହୋଇଥିଲେ । ଏହା ଫଳ ରେ ସେ ସେଠାରେ ହିଁ ଅଚେତ ହୋଇପଡିଥିଲେ । ପାଖ ବିଲରେ କାମ କରୁଥିବା ଗ୍ରାମର କିଛି ଯୁବକ ଦେଖି ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଯାଇଥିଲେ ଓ ପରେ ପରେ ଗୁରୁତର ଅବସ୍ଥାରେ ରେ ଗ୍ରାମ ଲୋକ ଙ୍କ ସାହାଯ୍ୟ ରେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ସେଠାରେ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ଥାନା ର ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ରେ ପହଞ୍ଚି ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଇ ହିଞ୍ଜିଳି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ସୂଚନା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.